ଶେଷ ପର୍ଯ୍ୟାୟରେ ପହଁଚିଲା ଅମୃତ ମହୋତ୍ସବ । ପବିତ୍ର ମାଟି ନେଇ ଦିଲ୍ଲୀ ଅଭିମୁଖେ ଗଡ଼ିଲା ଟ୍ରେନ୍

Advertisment
ଶେଷ ପର୍ଯ୍ୟାୟରେ ପହଁଚିଲା ଅମୃତ ମହୋତ୍ସବ । ପବିତ୍ର ମାଟି ନେଇ ଦିଲ୍ଲୀ ଅଭିମୁଖେ ଗଡ଼ିଲା ଟ୍ରେନ୍

କନକ ବ୍ୟୁରୋ : ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରା । ରାଜ୍ୟର ବିଭିନ୍ନ ଗାଁରୁ ସଂଗୃହିତ ହୋଇଥିବା ମାଟି କଳସକୁ ଧରି ଶୋଭାଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ, ସାଂସଦ, ବରିଷ୍ଠ ନେତା ଓ କର୍ମୀ । ଏହି ପବିତ୍ର କଳସକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ୍ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ । ରାଷ୍ଟ୍ରୀୟ ଏକତା, ଦେଶ ପ୍ରେମ ଓ ଭାତୃତ୍ୱ ଭାବ ସହ ଦେଶରେ ଏକ ନୂଆ ଜାଗରଣ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।
ରାଜ୍ୟର ୩୧୪ ବ୍ଲକ ଅନ୍ତର୍ଗତ ୧୩, ୧୨୮ ଗାଁରୁ ସଂଗ୍ରହ ହୋଇଛି ମାଟି
ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ, ବୀର ଯବାନଙ୍କ ଗାଁରୁ ମଧ୍ୟ ମାଟି ସଂଗ୍ରହ ହୋଇଛି
ଦିଲ୍ଲୀ ଅଭିମୁଖେ ଯାଇଛନ୍ତି ଓଡ଼ିଶାର ପ୍ରାୟ ୧୪୦୦ ପ୍ରତିନିଧି
ଦେଶର ୭,୫୦୦ ବ୍ଳକରୁ ମାଟି ସଂଗ୍ରହ କରାଯାଇଛି
ଅକ୍ଟୋବର ୩୧ରେ କର୍ତ୍ତବ୍ୟ ପଥରେ ସ୍ଥାପନ ହେବ ପବିତ୍ର କଳସ
ଋାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ‘ଅମୃତ ବାଟିକା’ର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମ କୌଣସି ଦଳର ନୁହେଁ, ଏଥିରେ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ କରିଥିବା କହିଛି ବିଜେଡି । ବିଜେଡି ସାଂସଦ ମୁନା ଖାଁ କହିଛନ୍ତି, ଦିଲ୍ଲୀରେ ସ୍ମାରକୀ ତିଆରି ହେଲେ, ଦେଶର ବୀରଙ୍କ ବଳିଦାନ ସଂପର୍କରେ ଜାଣିପାରିବେ ଆଗାମୀ ପିଢ଼ି ।

ବୀର ଓ ସହିଦ ଯବାନଙ୍କୁ ସମ୍ମାନ ଜଣାଇ ‘ମାଟିକୁ ନମନ୍-ବୀରଙ୍କୁ ବନ୍ଦନ୍’ ପରିପ୍ରେକ୍ଷୀରେ ଗତ ଅଗଷ୍ଟ ୯ ତାରିଖରେ ‘ମୋ ମାଟି ମୋ ଦେଶ’ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ   । ଓଡ଼ିଶାରେ ଅଗଷ୍ଟ ୧୭ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ଓ ବୀର ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଅମୃତ ବାଟିକା ସ୍ଥାପନା ସହ ୨ ବର୍ଷ ବ୍ୟାପୀ ଚାଲିଥିବା ଅମୃତ ମହୋତ୍ସବର ସମାପନ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe