ସିଦ୍ଧୁ ଅଯୋଗ୍ୟ ବ୍ୟକ୍ତି, ମୁଖ୍ୟମନ୍ତ୍ରୀ ହେଲେ ପଞ୍ଜାବକୁ ବରବାଦ କରିଦେବେ । କାହିଁକି ଏମିତି କହିଲେ କ୍ୟାପଟେନ ଅମରିନ୍ଦର?

356

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ ଅମରିନ୍ଦର ସିଂ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ସିଦ୍ଧୁଙ୍କୁ ସେ ମୁଖ୍ୟମନ୍ତ୍ରୀଭାବେ ଗ୍ରହଣ କରିବେ ନାହିଁ । ସିଦ୍ଧୁ ଜଣେ ଅଯୋଗ୍ୟ ବ୍ୟକ୍ତି । ମନ୍ତ୍ରୀ ଥିବାବେଳେ ସେ ଗୋଟିଏ ବିଭାଗକୁ ଚଳାଇପାରିଲେ ନାହିଁ, ମୁଖ୍ୟମନ୍ତ୍ରୀ ହେବା ପରେ ସେ ସମଗ୍ର ପଞ୍ଜାବକୁ ଧ୍ୱଂସ କରିଦେବେ ।

ଏକ ଜାତୀୟସ୍ତରର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ପାଇଁ ସବୁ ବିକଳ୍ପ ଖୋଲାଅଛି । ରାଜନୀତିରେ କେବେ ବି ବିକଳ୍ପ ବନ୍ଦ ହୋଇ ନଥାଏ । ଏଣୁ ସେ ଖୁବଶୀଘ୍ର ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଦୁଇମାସରେ ୩ ଥର କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଥିଲେ ମଧ୍ୟ ତାଙ୍କୁ ସୂଚୀତ କରାଯାଇନଥିଲା । ଏହାଦ୍ବାରା ସେ ଅପମାନିତ ଅନୁଭବ କରିଥିଲେ । ତେବେ ବିଜେପିରେ ଯୋଗ ଦେବା ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ସେ ମନାକରିଦେଇଛନ୍ତି । ସୂଚନାଯୋଗ୍ୟ ଯେ ଆଜି ଅମରିନ୍ଦର ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅପରାହ୍ଣ ସାଢେ ୪ଟା ବେଳେ ସେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ଦେଇଥିଲେ