ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ ଇସ୍ତଫା ପଛର ପୂରା କାରଣ?

367

କନକ ବ୍ୟୁରୋ : ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଅମରିନ୍ଦର । ପୂର୍ବରୁ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିଲା । ସିଦ୍ଧୁଙ୍କ ସହ ବିବାଦ ଭିତରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ଏହାସହ ପଞ୍ଜାବ ରାଜନୀତିରେ ବଡ଼ ଧରଣର ଝଡ ସୃଷ୍ଟି ହୋଇଛି । ଖାସକରି କଂଗ୍ରେସ ଶିବିରରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଅମରିନ୍ଦର ଇସ୍ତଫା ଦେଇଥିବା ସୂଚନା । ଅମରିନ୍ଦରଙ୍କ ଇସ୍ତଫା ପରେ କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଚର୍ଚ୍ଚା ହେଉଛି । ଏପରିକି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଥିବା ସିଦ୍ଧୁଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବହୁସଂଖ୍ୟକ ବିଧାୟକମାନଙ୍କ ଠାରୁ ଆବେଦନ ପାଇଥିବା ଦର୍ଶାଇ ଜରୁରୀ ବୈଠକ ଘୋ‌ଷଣା କରାଯାଉଛି ବୋଲି ଗତ ବିଳମ୍ବିତ ରାତ୍ରୀରେ କଂଗ୍ରେସ ଟୁଇଟ୍‌ କରିଥିଲା। ଅମରିନ୍ଦର୍‌ ସିଂହଙ୍କୁ ହଟାଇବା ଲାଗି ପଞ୍ଜାବ ବିଧାୟକମାନେ ଦଳ ଉପରେ ଚାପ ପକାଉଥିବା ବେଳେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ଅମରିନ୍ଦର । ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁଙ୍କ ଭିତରେ ବୟାନବାଜି ଜାରି ରହିଥିଲା । ଏପରିକି ସିଦ୍ଧୁଙ୍କ ରାଜନୈତିକ ପରାମର୍ଶଦାତା ମହମ୍ମଦ ମୁସ୍ତାଫା ଟ୍ୱିଟ୍ କରି ଲେଖିଛନ୍ତି, ୨୦୧୭ରେ କଂଗ୍ରେସକୁ ପଞ୍ଜାବବାସୀ ୮୦ ଜଣ ବିଧାୟକ ଦେଇଥିଲେ । କିନ୍ତୁ ଦୁଃଖର କଥା ହେଲା କଂଗ୍ରେସ ପଞ୍ଜାବକୁ ଭଲ ମୁଖ୍ୟମନ୍ତ୍ରୀ ଦେଇପାରିଲା ନାହିଁ । ତେଣୁ ପଞ୍ଜାବବାସୀଙ୍କୁ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ବଦଳାଇବା ପାଇଁ ଏବେ ସମୟ ଆସିଛି ।