ହୃଦରୋଗୀଙ୍କ ଅଭିଜ୍ଞତା ବର୍ଣ୍ଣନା: ହୃଦ ରୋଗ ବିଷୟରେ ସାଧାରଣ ଭ୍ରାନ୍ତ ଧାରଣାକୁ ଦୂର କରିଛନ୍ତି ହୃଦରୋଗ ବିଶେଷଜ୍ଞ

116

କନକ ବ୍ୟୁରୋ: ଅଂଚଳର ଅନ୍ୟତମ ଶ୍ରେଷ୍ଠ ଘରୋଇ କ୍ଷେତ୍ରର ସ୍ୱାସ୍ଥ୍ର୍ୟସେବା ପ୍ରଦାନକାରୀ ଆମ୍ରି ହସ୍ପିଟାଲ୍ସ ବ୍ୟାପକ ଉନ୍ନତ ପ୍ରଯୁକ୍ତି ସହ ଓଡ଼ିଶା ସମେତ ବାହାର ଅଂଚଳର ରୋଗୀମାନେ ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରରେ ଚିକିତ୍ସା ସୁବିଧା ହାସଲ କରୁଛନ୍ତି ।“ଅନେକ ଲୋକ ଭାବନା ଏହା ଯେ କେବଳ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ହୃଦରୋଗ ହୋଇଥାଏ, କିନ୍ତୁ ସତ ଏହା ଯେ ଶିଶୁବସ୍ଥା ଠାରୁ କୋଡ଼ିଏ ବର୍ଷ ବୟସ ଭିତରେ ଯେକୌଣସି ସମୟରେ ଏହା ହୋଇପାରେ । ତେଣୁ ୨୦ ବର୍ଷ ବୟସ ହେବା ପରେ ପ୍ରତି ୫ ବର୍ଷରେ ନିଜ କୋଲେଷ୍ଟ୍ରଲ୍ ସ୍ତର ଯାଂଚ କରିବା ଲାଗି ପରାମର୍ଶ ଦିଆଯାଉଛି ବୋଲି ଡକ୍ଟର ଜେ କେ ପାଢ଼ୀ, ନିର୍ଦେଶକ, କାର୍ଡିଓଲୋଜି, ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର କହିଛନ୍ତି ।

“କୋଭିଡ୍ ସମୟରେ ହାର୍ଟ ସ୍ୱାସ୍ଥ୍ୟର ଗୁରୁତ୍ୱ ବୃ୍ଦ୍ଧି ପାଇଛି କାରଣ ହଠାତ୍ ହୃଦଘାତ ମାମଲାର ଧାରା ବୃଦ୍ଧି ପାଇଛି ଏବଂ ଏଭଳିକି ୪୦-୫୦ ବର୍ଷ ବୟସର ଲୋକମାନେ ଏହା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ତୃଟିପୂର୍ଣ୍ଣ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ, ଅତ୍ୟଧିକ ଧୂମପାନ କିମ୍ବା ହୃଦଘାତର ଇତିହାସ ଯୋଗୁଁ ଯୁବାବସ୍ଥାର ଲୋକମାନଙ୍କ ଠାରେ ହୃଦରୋଗ ସମସ୍ୟା ବୃଦ୍ଧି ପାଉଛି ବୋଲି ରୋଗୀମାନଙ୍କୁ ସମ୍ବୋଧିତ କରିବା ସମୟରେ ଡକ୍ଟର ମହେଶ ପ୍ରସାଦ ଅଗ୍ରୱାଲ୍ କହିଛନ୍ତି ।’’

ଆମ୍ରି ହସ୍ପିଟାଲ୍ସରେ ଚିକିତ୍ସା ପ୍ରକ୍ରିୟା ଦେଇ ଗତି କରିଥିବା ରୋଗୀମାନେ ନିଜ ଅଭିଜ୍ଞତା ବର୍ଣ୍ଣନା କରି ଜଣାଇଛନ୍ତି ଯେ ସେମାନେ କିଭଳି ଅସ୍ୱାସ୍ଥ୍ୟକର  ବନଶୈଳୀ ବଂଚୁଥିଲେ ଏବଂ ଶେଷରେ ତାଙ୍କ ଠାରେ ହୃଦରୋଗ ଦେଖାଦେଇଥିଲା । ଭାଗ୍ୟଶାଳୀ ଥିବାରୁ ସେମାନେ ଆମ୍ରି ହସ୍ପିଟାଲ୍ସର ବିଶେଷଜ୍ଞ ଡାକ୍ତରଙ୍କ ନିକଟରେ ପହଂଚିଥିଲେ ଏବଂ ଏବେ ସ୍ୱାଭାବିକ ଜୀବନ ବଂଚୁଛନ୍ତି   । “ଏହା ସତ ଯେ ହୃଦରୋଗ ଦ୍ୱାରା ଆକ୍ରାନ୍ତ ଇତିହାସ ଥିବା ପରିବାରର  ଲେ।କଙ୍କ ଠାରେ ହୃଦରୋଗ ଦେଖାଦେବାର ଅଧିକ ବିପଦ ରହିଥାଏ, କିନ୍ତୁ ତଥାପି ସେମାନେ ସୁସ୍ଥକର ଜୀବନଶୈଳୀ ଗ୍ରହଣ କରି ଏହି ବିପଦକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିପ।ରିବେ ଏବଂ ହୃଦରୋଗରୁ ନିଜକୁ ବଂଚାଇ ଦୀର୍ଘ ଜୀବନ ବଂଚିାରିବେ ବୋଲି ଶ୍ରୀଯୁକ୍ତ ଉମା ପ୍ରସନ୍ନ ତ୍ରିପାଠୀ କହିଛନ୍ତି ଯିଏ ଡକ୍ଟର ଜେ ଏନ୍ ପଟ୍ଟନାୟକ, ସିଟିଭିଏସ୍ ଙ୍କ ଅଧୀନରେ ଆମ୍ରି ହସ୍ପିଟାଲ୍ସରେ ଚିକିତ୍ସା ସୁବିଧା ହାସଲ କରିଥିଲେ ।

ଶ୍ରେଷ୍ଠ ହୃଦରୋଗ ସର୍ଜନ ଯଥା ଡକ୍ଟର ଜିତେନ୍ଦ୍ରନାଥ ପଟ୍ଟନାୟକ, ଡକ୍ଟର ବିଶ୍ୱଜିତ ମହାପାତ୍ର ଏବଂ କାର୍ଡିଓଲୋଜିଷ୍ଟ୍ ଡକ୍ଟର ଲିଙ୍ଗରାଜ ନାଥ ସମସ୍ତ ସହମତ ହୋଇଛନ୍ତି ଯେ ଆଜିର ଦିନ ଓ ସମୟରେ ହୃଦରୋଗର ଚିକିତ୍ସା ଉପଶମ ଭିତିକ ହେବା ବଦଳରେ ପ୍ରତିଷେଧମୂଳକ ପଦକ୍ଷେପ ଭିତିକ ହେବା ଦରକାର । ଦଶନ୍ଧୀ ପୂର୍ବରୁ ଥିବା ସ୍ଥିତି ତୁଳନାରେ ଏବେ ଜଟିଳ ହୃଦରୋଗର ଉପଶମ କରିବା ସହଜ ହୋଇପାରିଛି । ମାତ୍ର, ଲୋକମାନଙ୍କୁ ପ୍ରତିଷେଧମୂଳକ ପଦଷେଧକ ପଦକ୍ଷେପ ଉପରେ ଅଧିକ ଧ୍ୟାନ ଦେବାକୁ ହେବ କାରଣ ତାହା ଏକ ସୁସ୍ଥକର ଜୀବନ ବଂଚିବାରେ ସହାୟକ ହେବ ବୋଲି ସେମାନେ କହିଛନ୍ତି ।

ସୁଶ୍ରୀ ନିଲଞ୍ଜନା ମୁଖାର୍ଜୀ, ଉପ ସଭାପତି ଓ ୟୁନିଟ୍ ମୁଖ୍ୟ, ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର କହିଛନ୍ତି ଯେ, “ଅନେକ ଲୋକ ଗତିହୀନ ଜୀବନ ବଂଚୁଛନ୍ତି ଫଳରେ ରକ୍ତଚାପ, ଡାଇବେଟିସ୍ ଆଦି ସମସ୍ୟା ଭୋଗୁଛନ୍ତି ଯେଉଁମାନେ ଶାରିରୀକ ବ୍ୟୟାମର ଅଭାବ, ଚାପର ଯୋଗଦାନ ଏବଂ ଟବାକୋ ବ୍ୟବହାରର ଖରାପ ଅଭ୍ୟାସ ହେଉଛି ହୃଦରୋଗର ପ୍ରମୁଖ କାରଣ ଏବଂ ଏହା ଅନ୍ୟ ରୋଗର କାରଣ ହୋଇଥାଏ । ସଂପ୍ରତି କୋଭିଡ୍ ସମୟରେ ସମସ୍ତଙ୍କୁ ନିଜ ହାର୍ଟର ସମସ୍ୟାକୁ ହାଲୁକା ଭାବେ ନେବା ଅନୁଚିତ ।’’