ରାଜଧାନୀରେ ହତ୍ୟା ଅଭିଯୁକ୍ତଙ୍କ ରାଲି ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାଜଧାନୀରେ ହତ୍ୟା ଅଭିଯୁକ୍ତଙ୍କ ଶୋଭାଯାତ୍ରା ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୁଲିସ : ଗତକାଲି ଗିରଫ ହୋଇଥିଲେ ୪ : ସୁନ୍ଦରପଦା ଅମରେଶ ନାୟକ ହତ୍ୟା ଅଭିଯୁକ୍ତ ଜାମିନରେ ଆସିବା ପରେ କରିଥିଲେ ରାଲି

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ହତ୍ୟା ଅଭିଯୁକ୍ତଙ୍କ ରାଲି ଘଟଣା । ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ବଡଗଡ, ଲଖ୍ମୀସାଗର, ଏୟାର ଫିଲ୍ଡ ଓ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଛି ।

ରାଜଧାନୀ ଭୁବନେଶ୍ୱରରେ ବହୁ ଚର୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା । ଜାମିନରୁ ମୁକୁଳିବା ପରେ ଅଭିଯୁକ୍ତମାନେ ୪ କିଲୋମିଟର ରାଲି କରିଥିଲେ । ୪ ଅଭିଯୁକ୍ତ ଖୋଲା ଜିପରେ ବସି ନେତାଙ୍କ ଭଳି ହାତ ହଲାଇବା ସହ ସମର୍ଥକଙ୍କୁ କୁଣ୍ଢାଇଥିଲେ ।

ଏହି ଘଟଣାରେ ପୋଲିସ ଘଟଣାସ୍ଥଳରେ ଚଢାଉ କରି ୪ ଜଣଙ୍କୁ ଗିରଫ କରିଥିଲା । ଶୋଭାଯାତ୍ରାରେ ସାମିଲ ଥିବା ଅନ୍ୟ ସମସ୍ତଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe