ନବୀନ ନିବାସରେ ପହଞ୍ଚିଲେ ଅମରେଶ ଓ ବିରଞ୍ଚିି । ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ଆସନ ପାଇଁ ଟିକେଟ ଲବି ନେଇ ଚର୍ଚ୍ଚା ।

216

କନକ ବ୍ୟୁରୋ: ନବୀନ ନିବାସ ଆଗରେ ଅମରେଶ ଜେନା ଓ ବିରଞ୍ଚିି ନାରାୟଣ ମହାସୁପକାରଙ୍କ ଶକ୍ତି ପ୍ରଦର୍ଶନ । ନିଜ ଶତାଧିକ ସମର୍ଥକଙ୍କୁ ସାଙ୍ଗରେ ଧରି ରାଲି ଜରିଆରେ ନବୀନ ନିବାସ ପହଞ୍ଚିଛନ୍ତି ଅମେରଶ ଜେନା ଓ ବିରଞ୍ଚିି ନାରାୟଣ ମହାସୁପକାର । ନାରାବାଜୀ ଓ ସ୍ଲୋଗାନ୍ ସହ କମ୍ପି ଉଠିଲା ସମଗ୍ର ଅଞ୍ଚଳ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିର୍ବାଚନ ଲଢିବା ନେଇ ନିଜର ବାୟୋଡାଟା ଦେବାକୁ ପହଞ୍ଚିଛନ୍ତି ଏହି ଦୁଇ ନେତା । ମଧ୍ୟ ଭୁବନେଶ୍ୱରରୁ କିଏ ଟିକେଟ୍ ପାଇବ ତାହାକୁ ନେଇ ବିବାଦ ଲାଗି ରହିଛି । ଅନନ୍ତ ଜେନା ଏବେ ବିଧାୟକ ଥିବାବେଳେ ଟିକେଟ୍ ଲବି କରୁଛନ୍ତି କର୍ପୋରେଟର ଅମରେଶ ଜେନା । ଦୁଇ ଦିନ ତଳେ ଉଭୟ ଅନନ୍ତ ଜେନା ଓ ଅମରେଶ ଜେନା ନବୀନ ନିବାସ ପହଞ୍ଚିିଥିଲେ । ଏହାପରେ ବନ୍ଧୁମିଳନ କରି ଶକ୍ତି ପ୍ରଦର୍ଶନ କରିଥିଲେ ଅମରେଶ ଜେନା । ଆଜି ପୁଣିଥିରେ ଟିକେଟ୍ ଲବି ପାଇଁ ପହଞ୍ଚିିଛନ୍ତି ନବୀନ ନିବାସ ।