କନକ ବ୍ୟୁରୋ : ଦୁବାଇ ଗଲା ଢେଙ୍କାନାଳର ସୁଆଦିଆ ଆମ୍ବ । ଜିଲ୍ଲା କୃଷି ଓ ଉଦ୍ୟାନ ବିଭାଗ ସହାୟତାରେ ଏବଂ ଢେଙ୍କାନାଳ ଜିଲ୍ଲାପାଳଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପ୍ରଥମ ଥର ପାଇଁ ଦୁବାଇ ଗଲା ସୁାଆଦିଆ ଆମ୍ରପାଲି ଆମ୍ବ । ଜିଲ୍ଲାରେ ୧୦ ହଜାର ହେକ୍ଟର ଜମିରେ ପାଖାପାଖୀ ୨୦୦ ଆମ୍ବଚାଷୀ ୫୦ ହଜାର ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରୁଛନ୍ତି । ଏହି ଆମ୍ବ ରାଜ୍ୟ ତଥା ରାଜ୍ୟ ଦେଶ ଭିତରେ ବେଶ ଚାହିଦା ରହିଥିବା ବେଳେ ପ୍ରଥମ ଥର ପାଇଁ ବିଦେଶକୁ ରପ୍ତାନୀ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଢେଙ୍କାନାଳ ସଦର ବ୍ଲକ କଳାପାଣି – ବଣସିଂ ରାସ୍ତା କଡରେ ଥିବା ଚାଷୀ ସୁବ୍ରତ ଦାସକଂ ପ୍ରକୃତି ଇକୋ ଫାର୍ମରୁ ଉନ୍ନତ କିସମର ଆମ୍ରପାଲି ଆମ୍ବ ସ୍ୱତନ୍ତ୍ର ପ୍ୟାକେଜିଂ ଜରିଆରେ ବିଦେଶକୁ ପଠାଯାଇଛି । ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଲ୍ପ ମନ୍ତ୍ରାଳୟ ଅଧୀନରେ ଥିବା ଏପିପିଇଡିଏ ଏବଂ ରାଜ୍ୟ କୃଷି ଓ ଉଦ୍ୟାନ ବିଭାଗର ସହାୟତାରେ ଏହି ଉଦ୍ୟମ ଆରମ୍ଭ ହୋଇଥିବାରୁ ଜିଲ୍ଲା ଆମ୍ବଚାଷୀମାନଙ୍କ ମନରେ ଉତ୍ସାହ ଦେଖାଦେଇଛି । ଯେଉଁ ଆମ୍ବକୁ ଏଠାରେ କିଲୋ ପିଛା ୨୦ ରୁ ୩୦ ଟଙ୍କାରେ ବିକ୍ରି କରୁଥିଲେ ଏବେ ସେହି ଆମ୍ବ ବିଦେଶୀ ବ୍ୟବାସାୟୀଙ୍କୁ କିଲୋ ପିଛା ୭୦ ରୁ ୮୦ ଟଙ୍କାରେ କରିବେ ।
ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ସବୁଜ ପତାକା ଦେଖାଇ ପ୍ରଥମ ଟ୍ରିପ ଆମ୍ବ ଗାଡିକୁ ଫାର୍ମ ହାଉସରୁ ଛାଡି ଥିଲୋ ଆଗକୁ ଜିଲ୍ଲାର ଅନ୍ୟ ଆମ୍ବ ଚାଷୀଙ୍କ ଉନ୍ନତମାନର ଆମ୍ବକୁ ମଧ୍ୟ ଦୁବାଇ ରପ୍ତାନୀ କରାଯିବ ବୋଲି ଜିଲ୍ଲା କୃଷି ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କହିଛନ୍ତି । ଦଲାଲଙ୍କ ବିନା ସହଯୋଗରେ ଏପରି ରପ୍ତାନୀ ହେଲେ ଚାଷୀ ଦି ପଇସା ଭଲ ପାଇବା ସହିତ ଗ୍ରାହକ ମଧ୍ୟ କମ୍ ଦାମରେ ପାଇବେ ବୋଲି ଚାଷୀ ଆଶା ରଖିଛନ୍ତି ।