ପ୍ରଚାର ଶେଷ ଦିନରେ ମୋଦିଙ୍କ ରଣହୁଙ୍କାର: କହିଲେ ଅବ୍ କି ବାର୍ ତିନି ଶହ ପାର୍; ରାହୁଲ୍ କହିଲେ, ଅଜ୍ଞାନୀ ବାଂଟୁଛନ୍ତି ବାୟୁସେନାକୁ ଜ୍ଞାନ

274

କନକ ବ୍ୟୁରୋ: ଶେଷ ହୋଇଛି ଚଳିତ ନିର୍ବାଚନର ଶେଷ ଦିନର ପ୍ରଚାର । ଆଉ ଅନ୍ତିମ ପ୍ରଚାରରେ ପ୍ରମୁଖ ଦଳ ମଧ୍ୟରେ ଜୋରଦାର୍ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି । ୧୯ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଆଜି ସରିଛି ଶେଷ ପ୍ରଚାର । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶରେ ବିଶାଳ ନିର୍ବାଚନୀ ସଭା କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶରେ ସଭା କରିଛନ୍ତି । ଏହି ସମୟରେ ଉଭୟ ଦଳର ନେତା ବିଭିନ୍ନ ପ୍ରସଙ୍ଗରେ ପରସ୍ପର ଉପରେ ପ୍ରବଳ ବର୍ଷିଥିବା ଦେଖିବାକୁ ମିଳିଛି ।

ସନ୍ଧ୍ୟା ୫ଟା ସୁଦ୍ଧା ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ତେବେ ତା ଆଗରୁ ଦେଖିବାକୁ ମିଳିଛି ହାଇପ୍ରୋଫାଇଲ୍ ନିର୍ବାଚନୀ ଡ୍ରାମା । ମଧ୍ୟପ୍ରଦେଶରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲଙ୍କୁ ଟାର୍ଗେଟ୍ କରିଥିବା ବେଳେ ହିମାଚଳ ପ୍ରଦେଶରୁ ରଣହୁଙ୍କାର ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

୨୦୧୯ ନିର୍ବାଚନରେ ବିଜୟ ହାସଲ କରି କଂଗ୍ରେସ କ୍ଷମତା ହାସଲର ସ୍ୱପ୍ନ ଦେଖୁଥିବା ବେଳେ ସତା ବଜାୟ ରଖିବାକୁ ବିଜେପି ଆପ୍ରାଣ ଚେଷ୍ଟା ଜାରି ରଖିଛି । ସେପଟେ ଏହି ନିର୍ବାଚନ ମୋଦି ଓ ରାହୁଲଙ୍କ ପାଇଁ କୌଣସି ଅଗ୍ନିପରୀକ୍ଷାଠାରୁ କମ୍ ହେବ ନାହିଁ । ନିର୍ବାଚନ ପ୍ରଚାରର ଶେଷ ଦିନରେ ତେଣୁ ଦୁଇ ତୁଙ୍ଗ ଦଳର ରାଜନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜୋରଦାର୍ ବାକଯୁଦ୍ଧ ।