ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି : କେନ୍ଦ୍ରାପଡା ମାର୍ଶାଘାଇରେ ସର୍ବାଧିକ ୨୨୫ମିମି ବର୍ଷା ରେକର୍ଡ

178

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା ।  କେନ୍ଦ୍ରାପଡ଼ା ମାର୍ଶାଘାଇରୁ ସର୍ବାଧିକ ୨୨୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କଟକ କଂଟାପଡ଼ାରେ ୧୯୦, ବାଲେଶ୍ୱର ଭୋଗରାଇରେ ୧୩୦ ଦଶମିକ୨ ମିମି ବର୍ଷା ରେକର୍ଡ ହୋଇଛି ।

କୁଜଙ୍ଗରେ ୧୨୫, ଜଳେଶ୍ୱର ଓ ଖୋର୍ଦ୍ଧା ବାଲିପାଟଣାରେ ୧୧୮ ମିମି ବର୍ଷା ରେକର୍ଡ ହୋଇଛି । ପିପିଲିରେ ୧୧୪, ଭୁବନେଶ୍ୱରରେ ୧୧୩ ଦଶମିକ ୨ ମିମି, କଟକ ସାଲେପୁରରେ ୧୦୧ ମିମି ବର୍ଷା ରେକର୍ଡ ହୋଇଛି । ବର୍ଷା ପାଇଁ ଯାତାୟତରେ ଦେଖାଦେଇଛି ସମସ୍ୟା । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ୧୮ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ଜିଲ୍ଲାଗୁଡ଼ିକ ହେଲା ପୁରୀ, କେନ୍ଦ୍ରାପଡା, ଗଂଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ ଯାଜପୁର, କଟକ, ଜଗତସିଂହପୁର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ରାୟଗଡ଼ା, ନୂଆପଡ଼ା କଳାହାଣ୍ଡି, ନବରଙ୍ଗପୁର । ୪ଟି ଜିଲ୍ଲାପୁରୀ,କେନ୍ଦ୍ରାପଡ଼ା, ଗଂଜାମ, ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ବାକି ସମସ୍ତ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।