ପାରାଦ୍ୱୀପ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଆମୋନିିଆ ଗ୍ୟାସ୍ ଲିକ୍, ୩ ମହିଳା ଗୁରୁତର । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ।

97

କନକ ବ୍ୟୁରୋ: ପାରାଦ୍ୱୀପ ଗଡ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଥିବା ଲକ୍ଷ୍ମୀ ନାରାୟଣ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଅଘଟଣ । ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୩ ମହିଳା ଗୁରୁତର । ଆଜି ଫ୍ୟାକ୍ଟ୍ରିରେ ଥିବା ଆମୋନିଆ ଟ୍ୟାଙ୍କରର ଏକ ଭଲବରୁ ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ୩ ଜଣ ମହିଳା ଏହି ଗ୍ୟାସ୍ ପ୍ରଭାବରେ ବେହୋସ ହେଇଯାଇଥିଲେ । ଏହାପରେ ତାଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ସାଙ୍ଗେ ସାଙ୍ଗେ ସେହି ଭଲବକୁ ବଦଳାଇ ଦିଆଯିବା ସହିତ ଘଟଣା ସ୍ଥଳରେ ପୋଲିସ ଓ ଏକ ଟେକ୍ନିକାଲ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି । ଗୁରୁତର ଥିବା ତିନି ମହିଳାଙ୍କୁ କଟକରେ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ବୋଲି ଫ୍ୟାକ୍ଟ୍ରି ପକ୍ଷରୁ କୁହାଯାଇଛି ।

ତେବେ ପ୍ରଶ୍ନ ଉଠୁଛି, କେମିତି ଓ କିପରି ଭାବେ ଗୋଟିଏ ଚିଙ୍ଗୁଡି ଫ୍ୟାକ୍ଟ୍ରିରୁ ଏଭଳି ଗ୍ୟାସ୍ ଲିକ୍ ହେଲା ? ସେଠାରେ ସୁରକ୍ଷା ବ୍ୟବସ୍ଥା ସଠିକ୍ ଅଛି କି ନାହିଁ ତାହା ଏବେ ବଡ ପ୍ରଶ୍ନବାଚୀ । ଅନ୍ୟପଟେ ଏହି ଦୁର୍ଘଟଣା ପରେ ପ୍ରଶାସନ ଅନ୍ୟ ସବୁ ଫ୍ୟାକ୍ଟ୍ରି ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି, ଏବଂ ଏହାର ତଦନ୍ତ କେତେବାଟ ଆଗୋଉଛି ତାହା ଦେଖିବାକୁ ବାକି ରହିଲା ।