କନକ ବ୍ୟୁରୋ : କଟକରେ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ୍ ଲିକ୍ । ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ । କଟକ ଜିଲ୍ଲାର କିଶନନଗର ବିଶ୍ୱାଳପଡା ଅଂଚଳରେ ମଂଟେଶ୍ୱର କୋଲ୍ଡ ଷ୍ଟୋରେଜରେ ଘଟିଛି ଏପରି ଘଟଣା । ଘଟଣା ସାମ୍ନାକୁ ଆସିବା ପରେ ପରେ ସାଲେପୁର ଏବଂ ରଘୁନାଥପୁର ଅଂଚଳରୁ ୩ଟି ଦମକଳ ଗାଡି ପହଁଚି ଗ୍ୟାସକୁ ଦୀର୍ଘ ଘଂଟାର ଉଦ୍ୟମ କରି ଆୟତ୍ତ କରିଛି ।
ଆମୋନିଆ ଗ୍ୟାସ୍ ଲିକ୍ ପରେ ଆଖପାଖ ଅଂଚଲର ଲୋକଙ୍କୁ ସତର୍କ କରାଇଛନ୍ତି ଦମକଳ ବାହିନୀ କର୍ମଚାରୀ । ସ୍ଥାନୀୟ ଅଂଚଳରେ ଯେପରି ଲୋକଙ୍କର କୌଣସି ସମସ୍ୟା ନହେବ, ସେଥିପ୍ରତି ନଜର ରଖିଛି ଜିଲ୍ଲା ପ୍ରଶାସନ । ଆମୋନିଆ ଗ୍ୟାସ୍ ଲିକ୍ ନେଇ ଗତକାଲି ରାତିରୁ ଖବର ଆସିବା ପରଠାରୁ କିଶନନଗର ଅଂଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/4-28.jpg)