କନକ ବ୍ୟୁରୋ : ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଫାଇଭ-ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତି ନେଇଛନ୍ତି । ୭ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି ।
ଗ୍ରେଡ ପେ’ ଓ ଦରମା ବୃଦ୍ଧି ଦାବିରେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା । ୧୯୦୦ ଟଙ୍କା ଗ୍ରେଡ ପେ ବଦଳରେ ୪୨୦୦ ଟଙ୍କା ଗ୍ରେଡ ପେ ଦରମା ପାଇଁ ଦାବି କରୁଛନ୍ତି ଅମଲା । ଏଥିପାଇଁ ପୂର୍ବରୁ ଜୁନ୍ ମାସରେ ମଧ୍ୟ ଆନ୍ଦୋଳନ କରିଥିଲେ ଅମଲା । ସେତେବେଳେ ଅମଲାଙ୍କ ଦାବି ଶୀଘ୍ର ସରକାର ପୂରଣ କରିବେ ବୋଲି କୁହାଯାଇଥିଲା । କିନ୍ତୁ ସରକାରଙ୍କ ଅସ୍ପଷ୍ଟ ନୀତି ପାଇଁ ପୁଣିଥରେ କାର୍ଯ୍ୟବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା ସଂଘ ।