ମହାନଦୀରୁ ଉଦ୍ଧାର ହେବା ପରେ ମୁହଁ ଖୋଲିଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ : କହିଲେ, ମୁଣ୍ଡ ବୁଲାଇବାରୁ ଖସିଗଲା ଗୋଡ; ଭୁଲ ଖବର ନ ଦେବାକୁ କଲେ ଅନୁରୋଧ

କାଲି ଘଟିଥିଲା ଘଟଣା

11,990

କନକ ବ୍ୟୁରୋ : ମହାନଦୀକୁ ଖସି ପଡିବା ଘଟଣାରେ ମୁହଁ ଖୋଲିଛନ୍ତି ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, କାଲିି ପୂଜା ସାମାନଗୁଡ଼ିକ ସବୁ ଥିଲା । ଉପାସ କରିଥିଲି ତ ବହୁ ୱିକ୍ ଲାଗୁଥିଲା, ମୁଣ୍ଡ ବୁଲାଉଥିଲା । ତ ପୂଜା ସାମାନଗୁଡ଼ିକ ପାଣିରେ ପକେଇବାକୁ ଗଲାବେଳେ ମୁଣ୍ଡଟା ବୁଲେଇ ଦେଲା । ଯେହେତୁ ମୁଁ ଗୋଟିଏ ହାଇ ହିଲ୍ ପିନ୍ଧିଥିଲି ଗୋଡ଼ଟା ଖସିଗଲା ମୁଁ ପଡ଼ିଗଲି । ଏହି ଜିନିଷକୁ ଅପପଚାର କରି ସ୍ପ୍ରେଡ୍ କରୁନ୍ତୁନି । ମୋ ଫ୍ୟାମିଲି, ସ୍ୱାମୀ ବିଷୟରେ କହିକି ଏସବୁ ଜିନିଷ କରିବା ଠିକ୍ ନୁହେଁ । ଏଗୁଡ଼ିକ କରିକି ଆପଣ ଯାହା ମୋ ସାଙ୍ଗେ ହେଲା ତାକୁ ଆହୁରି ଖରାପ କରୁଛନ୍ତି । ଦୟାକରି ଏମିତି ଫେକ୍ ନ୍ୟୁଜଗୁଡ଼ିକ ସ୍ପ୍ରେଡ୍ କରନ୍ତୁନି ।

ଗତକାଲି କଟକ ସିଡିଏ ଅଂଚଳର ମଧୁସୂଦନ ସେତୁ ନିକଟରେ ଭୂମିକା ମହାନଦୀରେ ପଡି ଯାଇଥିଲେ । କିଛି ସମୟ ପରେ ତାଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା । ଘରୋଇ କଳହ କିମ୍ବା ଅନ୍ୟ କୌଣସି କାରଣରୁ ସେ ନଦୀକୁ ଡେଇଁ ପଡିଥିବା ଚର୍ଚ୍ଚା ହୋଇଥିଲା । ତେବେ ଭୂମିକା ସେତୁ ଉପରୁ ଡେଇଁ ପଡିଥିବା ନେଇ ଗତକାଲି ଚର୍ଚ୍ଚା ହୋଇଥିଲା । ହେଲେ ପରେ ଅଭିନେତା ଅମ୍ଲାନ କହିଥିଲେ ଯେ, ପୂଜାଫୁଲ ନଦୀରେ ଭସାଇବାକୁ ଯାଇଥିବା ବେଳେ ପୋଲ ଉପରୁ ତାଙ୍କର ଗୋଡ ଖସି ଯାଇଥିଲା ।

Comments are closed.