ଏବେଠାରୁ ଦିନ ଗଣିବା ଆରମ୍ଭ କଲେଣି ଅମ୍ଲାନ । କାରଣ ଆଗକୁ ତାଙ୍କର ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ମୁଭି ଟାଇଗର ଓ ଚିନି ରିଲିଜ ହେବାକୁ ଯାଉଛି । ଏହାସହ ସେ ସାର୍ଥକ ଫିଲ୍ମସ ବ୍ୟାନରରେ ନିର୍ମିତ ହେଉଥିବା ଏକ ଅନଟାଇଟଲଡ୍ ଫିଲ୍ମରେ ମଧ୍ୟ ଅଭିନୟ କରୁଛନ୍ତି । ଏଥିରେ ତାଙ୍କ ଅପୋଜିଟରେ ଅଛନ୍ତି ରିୟା । ତେବେ ଭବିଷ୍ୟତରେ କିପରି ଭଲ ଭଲ କାହାଣୀ ଥିବା ମୁଭିରେ ଅଭିନୟ କରିବେ ସେ ନେଇ ଆଜିଠାରୁ ମାନସିକ ସ୍ତରରେ ପ୍ରସ୍ତୁତ ମଧ୍ୟ ହେଉଛନ୍ତିି । ତେବେ ଗୋଟେ ପଟେ ଟାଇଗରରେ ଅମ୍ଲାନଙ୍କୁ ଆକ୍ସନ ରୋଲରେ ଦେଖିବାକୁ ମିଳିବ ଅନ୍ୟପଟେ ଚିନିରେ ଲଭ୍ , ଇମୋଶନ ଓ ଆକ୍ସନ ସବୁ ରହିଛି । ତେବେ ମୁଭି ଦୁଇଟିରେ ଥିବା ତାଙ୍କ ଚରିତ୍ର ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ସେ ଆଶା ରଖିଛନ୍ତି ।
ଅମ୍ଲାନଙ୍କ ସମୟ
/kanak/media/post_attachments/wp-content/uploads/2016/04/favourite.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)