ରାଜରାସ୍ତାରେ ଅମଲା ସଂଘ। ନାଚି ନାଚି ନିଜ ଦାବି ଉପସ୍ଥାପନ କଲେ ମାଲକାନଗିରି ଅମଲା ସଂଘ କର୍ମକର୍ତ୍ତା।

ରାଜରାସ୍ତାରେ ଅମଲା ସଂଘ। ନାଚି ନାଚି ନିଜ ଦାବି ଉପସ୍ଥାପନ କଲେ ମାଲକାନଗିରି ଅମଲା ସଂଘ କର୍ମକର୍ତ୍ତା।

କନକ ବ୍ୟୁରୋ: ରାଜରାସ୍ତାରେ ଅମଲା । ନାଚି ନାଚି ନିଜ ଦାବି ଉପସ୍ଥାପନ କଲେ ଅମଲା ସଂଘର କର୍ମକର୍ତା । ଦରମା ହାର ୯ହଜାର ୩ଶହକୁୁ ବୃଦ୍ଧି କରିବା ସହ ଗ୍ରେଡ ପେ ‘୧ହଜାର ୯୦୦ରୁ ୪ହଜାର ୨୦୦କୁ ବୃଦ୍ଧି କରିବା ଦାବି ହୋଇଛି । ଏନେଇ, ମାଲକାନଗିରିରେ ଏକାଠି ହୋଇଛନ୍ତି ରାଜ୍ୟ ଅମଲା ସଂଘର କର୍ମକର୍ତା । ନାଚ ଗୀତ ସହ ବାଜା ବଜାଇ ସହର ପରିକ୍ରମା କରିଥିଲେ ମାଲକାନଗିରି ଅମଲା ସଂଘର କର୍ମକର୍ତାଙ୍କ ସମେତ ରାଜ୍ୟ ପଦାଧିକାରୀ ।

୩୦ହଜାର ଅମଲାଙ୍କ ପ୍ରତିବାଦ ସତ୍ୱେ ଦାବି ପୂରଣ ହୋଇନାହିଁ । ତେଣୁ ଆଗାମୀ ମାର୍ଚ୍ଚ ପହିଲାରୁ ପୁଣି ଆନ୍ଦୋଳନ ଲାଗି ସଜବାଦ ହୋଉଛି ଅମଲା ସଂଘ । ଖୁବଶୀଘ୍ର ଅମଲା ସଂଘର ଦାବି ପୂରଣ ନହେଲେ ଆଗକୁ ୩୦ ଗୋଟି ଜିଲ୍ଲାରେ ସରକାରୀ କାର୍ଯ୍ୟକୁ ସମ୍ପୁର୍ଣ୍ଣ ବନ୍ଦ କରିବା ସହିତ ସାମୂହିକ ଛୁଟି କରିଦେବାର ଚେତାବନୀ ଦେଇଛି ରାଜ୍ୟ ଅମଲା ସଂଘ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe