image courtesy - www.brecorder.com/
କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ର ଜଣାଣୁଣା ବ୍ୟାଟସ୍ମ୍ୟାନ୍ ହାସିମ ଆମଲା କ୍ରିକେଟ୍ର ସବୁ ଫର୍ମାଟରୁ ଅବସର ନେଇଛନ୍ତି । କ୍ରିକେଟ୍ ସାଉଥ ଆଫ୍ରିକା (ସିଏସ୍ଏ)ର ଅଫିସିଆଲ୍ ଟୁଇଟରୁ ଏହି ସୂଚନା ମିଳିଛି । ଏଥିରେ କୁହାଯାଇଛି ଯେ, ଆମଲା ଘରୋଇ କ୍ରିକେଟ ଓ ମାଂଜା ସୁପର ଲିଗ୍ ଖେଳିବା ଜାରି ରଖିବେ ।
୩୬ ବର୍ଷୀୟ ଆମଲା ଦକ୍ଷିଣ ଆଫ୍ରିକା ପାଇଁ ୧୨୪ଟି ଟେଷ୍ଟ, ୧୮୧ଟି ଦିନିକିଆ ଓ ୪୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ କ୍ରମଶଃ ୯୨୮୨, ୮୧୧୩ ଓ ୧୨୭୭ ରନ୍ କରିଛନ୍ତି । ଟେଷ୍ଟରେ ତାଙ୍କର ୩୧୧ ସର୍ବଶ୍ରେଷ୍ଟ ରନ୍ । ସେହିଭଳି ଦିନିକିଆରେ ୧୫୯ ରନ୍ ଓ ଟି-୨୦ରେ ଅପରାଜିତ ୯୭ ରନ୍ କରିଛନ୍ତି ।
Follow Us