ଶେଷ ହେଲା ବିଧାନସଭା ସଚିବଙ୍କ କାର୍ଯ୍ୟକାଳ । ଅବସର ନେଲେ ଅମିୟ ଷଡ଼ଙ୍ଗୀ ।

ଶେଷ ହେଲା ବିଧାନସଭା ସଚିବଙ୍କ କାର୍ଯ୍ୟକାଳ । ଅବସର ନେଲେ ଅମିୟ ଷଡ଼ଙ୍ଗୀ ।

କନକ ବ୍ୟୁରୋ: ଆଜି ଶେଷ ହେଲା ବିଧାନସଭା ସଚିବଙ୍କ କାର୍ଯ୍ୟକାଳ । ବିଧାନସଭା ସଚିବ ପଦରୁ ଅବସର ନେଲେ ଅମିୟ କୁମାର ଷଡ଼ଙ୍ଗୀ । ଯୁଗ୍ମ ସଚିବ ଶିଶିରକାନ୍ତ ସ୍ୱାଇଁଙ୍କୁ କାମଚଳା ବିଧାନସଭା ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେପଟେ ପୂର୍ବରୁ ଅମିୟଙ୍କ କାର୍ଯ୍ୟକାଳ ୪ଥର ବୃଦ୍ଧି କରାଯାଇଥିଲା । ତେବେ ଅମୀୟଙ୍କ କାର୍ଯ୍ୟକାଳ ପଞ୍ଚମଥର ବୃଦ୍ଧି କରିବା ପାଇଁ ସୁପାରିସ କରିଥିଲେ ରାଜ୍ୟ ସରକାର । କିନ୍ତୁ କାହିଁକି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ସେନେଇ ପ୍ରଶ୍ନ କରିଥିଲେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe