ସହିଦ୍ ପରିବାରକୁ ସାହାଯ୍ୟର ହାତ ବଢାଇଲେ ବଲିଉଡ୍ ଦମ୍ପତି !

Advertisment
ସହିଦ୍ ପରିବାରକୁ ସାହାଯ୍ୟର ହାତ ବଢାଇଲେ ବଲିଉଡ୍ ଦମ୍ପତି !

source : DNA India

ବଲିଉଡ ଷ୍ଟାର ମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି ଏଥିରେ ସନ୍ଦେହ ନାହିଁ । କିନ୍ତୁ ଅସୁବିଧା ସମୟରେ ଗରିବକୁ ସାହାଯ୍ୟ ମଧ୍ୟ କରନ୍ତି ଏହା ସମସ୍ତେ ଜାଣନ୍ତି । ନିକଟରେ କେରଳ ବନ୍ୟା ପିଡ଼ିତଙ୍କୁ କେତେକ ବଲିଉଡ ଷ୍ଟାର ସହାୟତାର ହାତ ବଢାଇଥିଲେ । କେରଳ ରିଲିଫ୍ ପାଣ୍ଠିକୁ ଉଚ୍ଚ ପରିମାଣର ସହାୟତାମୂଳକ ରାଶି ଦାନ କରିବା ପରେ ମଧ୍ୟ ବଲିଉଡ୍ ବାଦ୍ଶାହା ଅମିତାଭ ବଚ୍ଚନ ଏବେ ଚାଷୀ ଓ ସହିଦ ଯବାନଙ୍କ ପରିବାର ପାଇଁ ସହାୟତାର ହାତ ବଢ଼ାଇ ପୁଣି ଥରେ ନିଜ ମହାନତାର ପରିଚୟ ପ୍ରଦାନ କରିଛନ୍ତି। ବିଗ୍ ବିଙ୍କର ଏହି ମହାନ କାର‌୍ୟ୍ୟରେ ତାଙ୍କର ସମର୍ଥନ ହୋଇ ଛିଡ଼ା ହୋଇଛନ୍ତି ସହଧର୍ମିଣୀ ଜୟା ବଚ୍ଚନ। ପତି-ପତ୍ନୀ ମୁମ୍ବାଇର ଚାଷୀ ଓ ସହିଦ ଯବାନଙ୍କ ପରିବାରକୁ ନିଜ ହାତରେ ସହାୟତା ରାଶି ପ୍ରଦାନ କରି ଉଦାହରଣ ସାଜିଛନ୍ତି।

publive-image

ଅମିତାଭ ପ୍ରଥମେ ମହାରାଷ୍ଟ୍ର ସରକାରଙ୍କଠାରୁ ସହିଦ ଯବାନ ଓ ଚାଷୀଙ୍କର ଏକ ତାଲିକା ସଂଗ୍ରହ କରିଥିଲେ। ସଂଗ୍ରହ କରିବା ପରେ ଏହି ମହାନ କାର‌୍ୟ୍ୟ ସଂପାଦନା କରିଛନ୍ତି। ଅମିତାଭ ଓ ଜୟା ଏହି ନିଶହାୟ ପରିବାରମାନଙ୍କୁ ସସମ୍ମାନେ ନିଜ ଘରକୁ ଡକାଇଥିଲେ। ସେଠାକୁ ପ୍ରାୟ ୩୬୦ ଚାଷୀ ଆସିଥିଲେ। ବିଗ୍ ବି ଚାଷୀମାନଙ୍କୁ ୨.୦୩ କୋଟି ଟଙ୍କା ଦାନ କରିଥିବା ଜାଣିବାକୁ ମିଳିଛି। ସେହିପରି ଭାବେ ୪୪ ସହିଦ ପରିବାରଙ୍କୁ ବିଗ୍ ବି ଦେଇଛନ୍ତି ୨.୨୦ କୋଟି ଟଙ୍କା । ଉଲ୍ଲେଖଯୋଗ୍ୟ, ନିକଟରେ କେରଳରେ ବନ୍ୟ ପ୍ରପୀଡ଼ିତଙ୍କ ଉଦେଶ୍ୟରେ ବିଗ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୧ ଲକ୍ଷ ଟଙ୍କା ଦେଇଥିବା ବେଳେ ନିଜ କପଡ଼ାରୁ ୬ ପେଟି କପଡ଼ା ଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe