ବିଜ୍ଞାପନ ପାଇଁ ବିବାଦରେ ବିଗ୍ ବି: ଫ୍ଲିପକାର୍ଟର ପ୍ରମୋସନାଲ ଭିଡିଓରେ ଅମିତାଭ ବଚ୍ଚନଙ୍କ ବାର୍ତାକୁ ନିନ୍ଦା ସହ ସମାଲୋଚନା

637

କନକ ବ୍ୟୁରୋ: ବିଜ୍ଞାପନ ପାଇଁ ବିବାଦରେ ବିଗ ବି । ଲୋକପ୍ରିୟ ଅନଲାଇନ ସପିଂ କମ୍ପାନି ଫ୍ଲିପ୍କାର୍ଟର ଏକ ବିଜ୍ଞାପନ କରି ଫଶିଯାଇଛନ୍ତି ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ । ପାର୍ବଣ ଋତୁ ଆଗକୁ । ଏନେଇ କମ୍ପାନୀ ବିଗ ବିଲିୟନ ଡେ ପାଇଁ ଅଭିନେତାଙ୍କୁ ନେଇ ଏକ ବିଜ୍ଞାପନ କରିଥିଲା । ।ମୋବାଇଲ ଫୋନର ବିଜ୍ଞାପନ କରି ଅମିତାଭ କହିଥିଲେ ଏଭଳି ଅଫର ଫ୍ଲିପ୍କାର୍ଟ ବ୍ୟତିତ ଆଉ କେଉଁଠି ମିଳିବନି । ଏପରିକି ରିଟେଲ ଷ୍ଟୋରରେ ମଧ୍ୟ ମିଳିବନି ବୋଲି ଅମିତାଭ କହିଥିଲେ । ଯାହାକୁ ବିରୋଧ କରିଛନ୍ତି ସ୍ମାଟ୍ଫୋନ ରିଟେଲର । ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ ସ୍ମାଟଫୋର୍ନ କମ୍ପାନୀ ଗୁଡିକ ଚିଠି ଲେଖି ଘଟଣା ବାବଦରେ ଅବଗତ କରାଇଛି । ଚିଠିରେ କୁହାଯାଇଛି ସୋସିଆଲ ମିଡିଆରେ ବିଭ୍ରାନ୍ତିକରଣ ସୂଚନା ଦିଆଯାଉଛି । ଯାହା ଗ୍ରାହକ ଓ ବ୍ୟବସାୟ ଉପରେ ଖରାପ ପ୍ରଭାବ ପକାଉଛି । କେବଳ ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ ନୁହେଁ କନଫିରଡେସନ ଅଫ ଅଲଇଣ୍ଡିଆ ଟ୍ରେଡର୍ସ ମଧ୍ୟ ଆପତି ପ୍ରକାଶ କରିଛି । ଅମିତାଭ ବଚ୍ଚନଙ୍କୁ ଚିଠି ଲେଖି କହିଛି ଏଭଳି ବିଜ୍ଞାପନ ଉଚିତ ନୁହେଁ । ସେପଟେ ଉଭୟ କମ୍ପାନୀ ଓ ଅଭିନେତାଙ୍କ ବିରୋଧରେ କେନ୍ଦ୍ର ଖାଉଟି ବ୍ୟାପର ମନ୍ତ୍ରାଳୟ ନିକଟରେ ଅଭିଯୋଗ ଦାୟର କରିଛି ସିଏସଆଇଟି । ଖାଉଟି ସୁରକ୍ଷା ଆଇନ ଅନୁସାରେ ଉଭୟଙ୍କଠୁ ଜରିମାନ ବାବଦରେ ୧୦ଲକ୍ଷ ଟଙ୍କା ଦାବି କରିଛି ।