ଜନ୍ମଦିନରେ ବିଗ ‘ବି’ଙ୍କ ବଡ ନିଷ୍ପତ୍ତି, ଆଉ କରିବେ ନାହିଁ ପାନ ମସଲାର ବିଜ୍ଞାପନ, ଫେରାଇଲେ ଚୁକ୍ତି ଅର୍ଥ

209

କନକ ବ୍ୟୁରୋ :  ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜି ତାଙ୍କର ୭୯ ତମ ଜନ୍ମଦିବସ ପାଳନ କରୁଛନ୍ତି । ଏହି ଅବସରରେ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ ତାଙ୍କ ବ୍ଲଗ୍ ମାଧ୍ୟମରେ କହିଛନ୍ତି କି ପାନ ମସଲା କମ୍ପାନୀ ‘କମଲା ପସନ୍ଦ’ର ବିଜ୍ଞାପନ ପାଇଁ ସେ କରିଥିବା ଚୁକ୍ତି ବାତିଲ କରୁଛନ୍ତି । କହିରଖୁ କି ଅମିତାଭ ବଚ୍ଚନ ପାନମସଲା ବିଜ୍ଞାପନ କରିବା ନେଇ ବାରମ୍ବାର ସମାଲୋଚିତ ହେଉଥିଲେ ।

ଅମିତାଭ ବଚ୍ଚନଙ୍କ ଅଫିସ ତରଫରୁ କୁହାଯାଇଛି କି ଅମିତାଭ ଜାଣିନଥିଲେ କି ଏହି ବିଜ୍ଞାପନ ସରୋଗେଟ୍ ବିଜ୍ଞାପନ ଶ୍ରେଣୀରେ ଯାଉଛି ବୋଲି । ଏହା ଜାଣିବା ପରେ ଅମିତାଭ ଗତ ସପ୍ତାହରେ ଏହି ଚୁକ୍ତି ବାତିଲ କରିଛନ୍ତି । ଏହା ସହ ବିଜ୍ଞାପନ ଚୁକ୍ତି ନେଇ ଅମିତାଭଙ୍କୁ କମ୍ପାନୀ ତରଫରୁ ମିଳିଥିବା ଅର୍ଥ ବି ସେ ଫେରାଇ ଦେଇଛନ୍ତି ।

କହିରଖୁ କି ପୂର୍ବ ମାସରେ ଏକ ବେସରକାରୀ ସଂଗଠନ (ରାଷ୍ଟ୍ରୀୟ ତମାଖୁ ମୁକ୍ତ ସଂଗଠନ) ତରଫରୁ ଅମିିତାଭ ବଚ୍ଚନଙ୍କୁ ଅନୁରୋଧ କରାଯାଇଥିଲା କି, ପାନ ମସଲାର ବିଜ୍ଞାପନରେ ଭାଗ ନିଅନ୍ତୁ ନାହିଁ । ଏହାପରେ କିଛି ଲୋକ ଏହାକୁ ନେଇ ଅମିତାଭଙ୍କୁ ସମାଲୋଚନା କରିଥିଲେ ।

ଅନ୍ୟପଟେ ପ୍ରତିବର୍ଷ ଭଳି ଏବର୍ଷ ବି ଅମିତାଭ ବଚ୍ଚନ ତାଙ୍କ ଜନ୍ମ ଦିନରେ ନିଜ ଘର ସଜାଇଛନ୍ତିି । ଜନ୍ମଦିନ ଅବସରରେ ତାଙ୍କ ଘରକୁ ଆସିଥିବା ଅତିଥି ଓ ବାହାର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଗ ‘ବି’ ।