କେବିସିର ଅନ୍ତିମ ସପ୍ତାହରେ ହେବ ଧମାଲ ! ବିଗବିଙ୍କ ସହ ନଜର ଆସିବେ ଅନେକ ସୁପରଷ୍ଟାର

37

ଟିଆରପି ଦୌଡରେ ଟିଭିର ବାକି ଶୋ’କୁ ପଛରେ ପକାଇ ନମ୍ବର-୧ରେ ଥିବା କେବିସି ଏବେ ଅନ୍ତିମ ପର୍ଯ୍ୟାୟରେ ଏବଂ କାର୍ଯ୍ୟକ୍ରମର ଶେଷ ସପ୍ତାହକୁ ଅଧିକ ରଂଗୀନ କରିବାପାଇଁ ଶୋ’ର ନିର୍ମାତା ଏନେଇ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଯାହାକି ଶୋ’କୁ ଆହୁରି ଆକର୍ଷଣୀୟ କରିଦେବ ।

ସୂଚନା ମୁତାବକ, ଏହି କାର୍ଯ୍ୟକ୍ରମ ଅନ୍ତିମ ସପ୍ତାହକୁ ଆହୁରି ଆକର୍ଷଣୀୟ କରିବା ସକାଶେ ଅନେକ ସେଲିବ୍ରିଟିଙ୍କୁ ଆମନ୍ତ୍ରଣ କରାଯାଇଛି । କେବିସିର ଏହି ଅନ୍ତିମ ସପ୍ତାହରେ ଦର୍ଶକମାନଙ୍କୁ ଅନେକ କିଛି ଦେଖିବାକୁ ମିଳିବ । ଆମି ନାମକ ଏକ ସ୍ପେଶାଲ ରୋବୋର୍ଟକୁ ଏହି ଶୋ’ରେ ଅଣାଯିବ । ଭିଡିଓ-ଏ-ଫ୍ରେଣ୍ଡ ହେତୁ ଏହା ବ୍ୟବହୃତ ହେବ । ଏହି ସପ୍ତାହରେ କାର୍ଯ୍ୟକ୍ରମ ୮.୩୦ରେ ପ୍ରସାରଣ ହେବ ।

ଏହି ଶୋ’ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଜିଓ କେବିସି ‘ପ୍ଲେ ଏଲଙ୍ଗ୍ ସ୍ପେଶାଲ ୱିକ୍’ହେବ । ବିଗ୍ ବିଙ୍କ ଶୋକୁ ଅନ୍ତିମ ପର୍ଯ୍ୟାୟରେ ରଂଗୀନ କରିବା ଲାଗି ବଲିଉଡ ଓ କ୍ରିକେଟ ଭିର୍ତ୍ତିକ କଳାକାରମାନେ ଯୋଗ ଦେବେ । ଅଭିନେତ୍ରୀ ବିଦ୍ୟା ବାଲାନ, ଯୁବରାଜ ସିଂ ଏବଂ ନୋବେଲ ବିଜେତା ପ୍ରାପ୍ତ କୈଳାସ ସତ୍ୟାର୍ଥୀ କେବିସିର ଏହି ଫାଇନାଲ ସପ୍ତାହରେ ବିଗ୍ ବିଙ୍କ ସହ ନଜର ଆସିବେ ।