କବିତା ମାଧ୍ୟମରେ କରୋନା ବାର୍ତ୍ତା ଦେଲେ ବିଗ୍ ବି : ଦେଶୀ ଅନ୍ଦାଜରେ କରୋନାକୁ କିପରି ଦୂରକୁ ଠେଲିବେ କହିଲେ ଅମିତାଭ୍ ବଚ୍ଚନ । 

588

କରୋନାକୁ ନେଇ ଏବେ ସାରା ବିଶ୍ୱକୁ ଭୟ ଘାରିଥିବାବେଳେ ଭାରତରେ ୭୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଜ୍ଝ ଭାରତରେ କରୋନା ଯୋଗୁଁ ଜଣକର ମୃତ୍ୟୁ ମଧ୍ୟ ହୋଇସାରିଛି । ତେବେ କିଏ କେଉଁ ଉପାୟରେ କରୋନାକୁ ମୁକାବିଲା କରିବା ପାଇଁ ସତର୍କ ବାର୍ତ୍ତା ଦେଉଥିବା ବେଳେ ବିଗ ବି ଅମିତାଭ ବଚ୍ଚନ କରୋନାକୁ ନେଇ ଏକ ସୁନ୍ଦର କବିତା ଆବୃତ୍ତି କରିଛନ୍ତି । ଏହି କବିତାକୁ ସେ ଟ୍ୱିଟରରେ ସେୟାର କରିଛନ୍ତି । ଅମିତାଭ ବିହାରୀ (ଭୋଜପୁରୀ) ଭାଷାରେ କବିତା ଆବୃତ୍ତି କରି କରୋନାକୁ ଦୃଢତାର ସହ ସାମ୍ନା କରିବାକୁ ଆହ୍ବାନ ଜଣାଇଛନ୍ତି । ଲୋକଙ୍କୁ ସାବଧାନ ରହିବାକୁ ଅମିତାଭ ପରାମର୍ଶ ଦେଇଥିବାବେଳେ କହିଛନ୍ତି ଯେ ”କରୋନାକୁ ନେଇ ବହୁତ ଲୋକ ବିଭିନ୍ନ ପ୍ରକାରର ଚିକିତ୍ସା ପଦ୍ଧତି ବାବଦରେ କହୁଛନ୍ତି । କିଛି ଲୋକ କଳାଜିରାକୁ ଗୁଣ୍ଡ କରି ଖାଇବାକୁ କହୁଥିବାବେଳେ କିଛି ଅଁଳା ରସ ପିଇବାକୁ କହୁଛନ୍ତି ।

ଘରେ ବସି ରହିବାକୁ କିଛି କହୁଥିବାବେଳେ ଆଉ କିଛି ଲୋକ ବିନା ସାବୁନରେ ହାତ ନ ଧୋଇବାକୁ ପରାମର୍ଶ ଦେଉଛନ୍ତି । ମୁଁ ଭାବିଲି ହଉ ଠିକ ଅଛି ଲୋକ ଯେମିତି କହୁଛନ୍ତି ସେମିତି ହିଁ କରିବି । କରୋନା ଆସୁ ପଛେ ଆମେ ଠେଙ୍ଗା ଦେଖାଇ ଏହାକୁ ମୁକାବିଲା କରିବା” ।