ଅମିତାଭଙ୍କ ନାମ, କଣ୍ଠସ୍ୱର ଏବଂ ଫଟୋ ବ୍ୟବହାର କଲେ ହୋଇପାରେ ଅସୁବିଧା । ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ କୋର୍ଟ…

148

କନକ ବ୍ୟୁରୋ: ବିଗ୍ ବି ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ, କିଛି କମ୍ପାନୀ ତାଙ୍କ ବିନା ଅନୁମତିରେ ତାଙ୍କ ନାଁ, କଣ୍ଠସ୍ୱର ଆଉ ବ୍ୟକ୍ତିତ୍ୱକୁ ବ୍ୟବହାର କରୁଛନ୍ତି । ତେବେ ଦୀର୍ଘ ସମୟ ଧରି ଏହା ଜାରି ରହିଛି । ତେଣୁ ସେ ତାଙ୍କର ବ୍ୟକ୍ତିଗତ ରାଇଟ୍ସ ଚାହୁଁଛନ୍ତି । ଏହି ମାମଲାର ଶୁଣାଣି କରି କୋର୍ଟ ଅମିତାଭଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।

ଜଷ୍ଟିସ ଚାୱଲ ଏହି ମାମଲାର ଶୁଣାଣି କରିବା ସହିତ, ଟେଲିକମ୍ ଡିପାର୍ଟମେଂଟକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଅମିତାଭ ବଚ୍ଚନଙ୍କ ନାମ, ଫଟୋ ଏବଂ ତାଙ୍କ ବ୍ୟକ୍ତିତ୍ୱକୁ ବିନା ଅନୁମତିରେ ବ୍ୟବହାର କରୁଥିବା ପୋଷ୍ଟକୁ ତୁରନ୍ତ ହଟାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଅମିତାଭ ବଚ୍ଚନଙ୍କ ନାମ, କଣ୍ଠସ୍ୱର ଏବଂ ବ୍ୟକ୍ତିତ୍ୱକୁ କିଛି କମ୍ପାନୀ ବିନା ଅନୁମତିରେ ବ୍ୟବହାର କରୁଥିଲେ । ଏନେଇ ଅମିତାଭ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୋସିଆଲ୍ ମିଡିଆରେ ଏହି ପୋଷ୍ଟକୁ ଅଟକାଯିବା ସହିତ, ଏନେଇ ତୁରନ୍ତ ଆକ୍ସନ ନେବାକୁ ସେ ଦାବି କରିଥିଲେ । ଖାଲି ସେତିକି ନୁହେଁ, କେବିସି ଲୋଗୋ ଲଗାଇ କିଛି କମ୍ପାନୀ ନିଜର ପ୍ରଚାର ପ୍ରସାର କରୁଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ ଯେ, ଅମିତାଭ ଦେଶର ଲୋକପ୍ରିୟ କଳାକାର ହୋଇଥିବାରୁ ଅନେକ ବିଜ୍ଞାପନରେ ତାଙ୍କୁ ଦେଖିବାକୁ ମିଳିଥାଏ । ଅନେକ କମ୍ପାନୀ ଏଥିପାଇଁ ତାଙ୍କ ସହ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ହେଲେ ଏହାସତ୍ତେ୍ୱ କିଛି କମ୍ପାନୀ ଅମିତାଭଙ୍କ ବିନା ଅନୁମତିରେ ତାଙ୍କର ବ୍ୟବହାର କରି କମ୍ପାନୀର ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳିଥିଲା ।