କନକ ବ୍ୟୁରୋ: ବିଗ୍ ବିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଅମିତାଭ । ଗତ ୪ ଦିନ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅମିତାଭ ବଚ୍ଚନ । ତେବେ ହଠାତ ସେ ଡାକ୍ତରଖାନାରେ ଭର୍ତ୍ତି ହେବା କଥା ପ୍ରଚାର ହେବା ପରେ ତାଙ୍କ ପ୍ରଂଶସକ ମ୍ରିୟମାଣ ହୋଇପଡିଥିଲେ । ତେବେ ସେ ସୁସ୍ଥ ଥିବା ନେଇ ଖବର ଜଣାପଡିବା ପରେ ସମସ୍ତେ ହୋଇଥିଲେ ଆଶ୍ୱସ୍ତ । ଅମିତାଭ ବଚ୍ଚନଙ୍କର ଏହା ରୁଟିନ ଯାଂଚ ଥିଲା ଏବଂ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଗତକାଲି ରାତିରେ ସେ ପତ୍ନୀ ଜୟା ବଚ୍ଚନ ଓ ପୁଅ ଅଭିଷେକ ସହ ଘରକୁ ଫେରିଯାଇଥିଲେ ।

Advertisment

publive-image

ବଲିଉଡର ମହାନାୟକ ଅମିତାଭ ବଚ୍ଚନ, ଗତ ମଙ୍ଗଳବାର ବିଳମ୍ବିତ ମଧ୍ୟରାତ୍ରରେ ହଠାତ୍ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏହି ଖବରର ପ୍ରସାରଣ ପରେ ତମାମ୍ ଦେଶରେ ତଥା ବିଦେଶରେ ଥିବା ଅମିତାଭଙ୍କର କୋଟି କୋଟି ପ୍ରଶଂସକ (ଫ୍ୟାନ୍) ମିୟମ୍ରାଣ ହୋଇପଡ଼ିବା ସହ ପ୍ରସାରିତ ଖବରର ସତ୍ୟତା ଅନୁସନ୍ଧାନ କରିବାରେ ଲାଗି ପଡ଼ିଥିଲେ। ହେଲେ, ଏ ଘଟଣା ସଂପର୍କରେ ଅମିତାଭଙ୍କ ପରିବାର ବର୍ଗ ଓ ନାନାବତୀ ହସ୍ପିଟାଲ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଥିଲେ।

publive-imagehttps://aajtak.intoday.in

ହେଲେ, ଗତକାଲି ଅପରାହ୍ଣରେ ନାନାବତୀ ହସ୍ପିଟାଲର ମୁଖପାତ୍ର ଅମିତାଭଙ୍କ ସ୍ୱାସ୍ଥାବସ୍ଥା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନାନାବତୀ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ଯେ ଅମିତାଭ ବଚ୍ଚନ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆସି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ସରିଗଲାଣି। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଗତକାଲି ସନ୍ଧ୍ୟା ନହେଲେ ଆଜି ସକାଳୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯିବ। ତେବେ  ଗତକାଲି ରାତିରେ ସେ ପତ୍ନୀ ଜୟା ବଚ୍ଚନ ଓ ପୁଅ ଅଭିଷେକ ସହ ଘରକୁ ଫେରିଯାଇଥିଲେ ।