ବଲିଉଡର ମହାନାୟକ ତଥା ବିଗ୍ ବି ନାମରେ ଖ୍ୟାତ ଅଭିନେତା ଅମିତାଭ ବଚ୍ଚନ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ଏକା ସାଙ୍ଗରେ ସେ ଟିବି ଓ ହେପାଟାଇଟିସ୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ଏହା ସହ ତାଙ୍କର ଯକୃତ ମଧ୍ୟ ୭୫ ପ୍ରତିଶତ ଖରାପ ହୋଇ ସାରିଥିବା କଥା କହିଛନ୍ତି ଅମିତାଭ ବଚ୍ଚନ । ସ୍ୱାସ୍ଥ୍ୟ ସହ ଜଡ଼ିତ ଏକ ଟିଭି କାର୍ୟ୍ୟକ୍ରମରେ ଯୋଗ ନେଇ ଅମିତାଭ ବଚ୍ଚନ ଏନେଇ ଖୁଲାସା କରିଛନ୍ତି ।
ଏକ ଗଣମାଧ୍ୟମ ଚ୍ୟାନେଲର କାର୍ୟ୍ୟକ୍ରମ ‘ସ୍ୱସ୍ଥ ଇଣ୍ଡିଆ’ରେ ଯୋଗ ଦେଇ, ରୋଗକୁ ଡ଼ରିବା ଠିକ୍ ନୁହେଁ । ମୁଁ ଟିବି ଓ ହେପାଟାଇଟିସ୍ ଭଳି ରୋଗରେ ପୀଡ଼ିତ ଅଛି। ଏମିତି କି ମୋ ଯକୃତର ୭୫ ଭାଗ କାମ କରିବା ବନ୍ଦ କରି ସାରିଲାଣି । ମୁଁ ମାତ୍ର ୨୫ ପ୍ରତିଶତ ଯକୃତ ସାହାଯ୍ୟରେ ବଞ୍ଚୁଛି । ପ୍ରତି ମଣିଷକୁ ସବୁବେଳେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର । ଠିକ୍ ସମୟରେ ରୋଗ ବିଷୟରେ ଜାଣିଗଲେ, ତାହାର ଚିକିତ୍ସା କରିବା ସହଜ ହୋଇଥାଏ । ମୋତେ ୮ବର୍ଷ ହେଲା ଟିବି ଥିବା ନେଇ ମୁଁ ଜାଣି ନ ଥିଲି । ଯାହା ମୋ ସହ ହୋଇଥିଲା, ସେଭଳି କାହା ସହ ବି ହୋଇପାରେ । ସେଥିପାଇଁ ସମୟ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଆବଶ୍ୟକ ବୋଲି କହିଥିଲେ ବିଗ୍ ବି । ବର୍ତ୍ତମାନ ଅମିତାଭଙ୍କୁ ୭୬ ବର୍ଷ ବୟସ ହୋଇଗଲାଣି ଏବଂ ସେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସହ ଲଢେଇ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/maxresdefault-4.jpg)
/kanak/media/post_attachments/wp-content/uploads/2019/08/ameri-1566288945-300x169.jpg)