ଦିବ୍ୟାଙ୍ଗ ପ୍ରଶଂସକ ଆୟୁଷଙ୍କ ପାଦରେ ଅମିତାଭଙ୍କ ପେଣ୍ଟିଙ୍ଗ୍ : ଟ୍ୱିଟରରେ ପେଣ୍ଟିଙ୍ଗ୍ ସେୟାର୍ କରି ଆୟୁଷଙ୍କୁ ଆଶିର୍ବାଦ ଦେଲେ ବିଗ୍ ବି ।

406

ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପସନ୍ଦ ପାଲଟିଥିବା ବଲିଉଡର ସେହନଶାହ ଅମିତାଭ୍ ବଚ୍ଚନ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ରହୁଛନ୍ତି । କେହି ପ୍ରଶଂସକ ତାଙ୍କୁ ମେସେଜ୍ କଲେ ସେ ବେଳେବେଳେ ଏହାର ଜବାବ୍ ମଧ୍ୟ ଦେଉଛନ୍ତି । ନିକଟରେ ଆୟୁଷ୍ମାନ୍ ଖୁରାନା ଏବଂ ଅମିତାଭଙ୍କ ଅଭିନିତ ସିନେମା ‘ଗୁଲାବୋ ସିତାବୋ’ ରିଲିଜ୍ ହୋଇଛି । ଯେଉଁଥିରେ ବିଗ୍ ବିଙ୍କ ଜୀବନ୍ତ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି ।

 

ନିକଟରେ ଅମିତାଭ୍ ଟ୍ୱିଟରରେ ଜଣେ ଯୁବ ପ୍ରଶଂସକଙ୍କ ପେଣ୍ଟିଙ୍ଗ୍ ସେୟାର୍ କରିଥିଲେ । ଯେଉଁଥିରେ ଗୁଲାବୋ ସିତାବୋ ସିନେମା ଚରିତ୍ରର ପେଣ୍ଟିଙ୍ଗକୁ ଫ୍ୟାନ୍ ରଙ୍ଗତୂଳୀରେ ଆଙ୍କିଥିଲେ । ହୃଦସ୍ପର୍ଶୀ କଥା ହେଉଛି ଅମିତାଭଙ୍କ ଏହି ପ୍ରଶଂସକ ଜଣକ ଦିବ୍ୟାଙ୍ଗ ଅଟନ୍ତି । ଆଜନ୍ମରୁ ତାଙ୍କର ହାତ କାମ କରୁନାହିଁ ତେଣୁ ସେ ଗୋଡରେ ବିଗ୍ ବିଙ୍କ ଚିତ୍ର ଆଙ୍କିଥିଲେ । ଦିବ୍ୟାଙ୍ଗ ଆୟୁଷଙ୍କ ଏଭଳି କାମକୁ ଟ୍ୱିଟରରେ ସେୟାର୍ କରି ପ୍ରଶଂସା କରିବା ସହ ଆଶିର୍ବାଦ ଦେଇଛନ୍ତି ଅମିତାଭ୍ ।

ବିଗ୍ ବିଙ୍କ ଦ୍ୱାରା ସେୟାର୍ କରାଯାଇଥିବା ଏହି ପେଣ୍ଟିଙ୍ଗକୁ ଟ୍ୱିଟର୍ ୟୁଜର୍ ଖୁବ୍ ପସନ୍ଦ କରୁଛନ୍ତି । ଭାଇରସ୍ କାରଣରୁ ଅଟକିଥିବା ଅମିତାଭଙ୍କ ତିନୋଟି ବଡ଼ ସିନେମା ଆଗକୁ ରିଲିଜ୍ ହେବାକୁ ଯାଉଛି । ଯେଉଁଥିରେ ଚେହରେ , ଝୁଣ୍ଡ ଏବଂ ବ୍ରହ୍ମାସ୍ତ୍ର ସାମିଲ୍ ଅଛି । କରୋନା କାରଣରୁ ଅମିତାଭଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡୁଛି । ଏଭଳି ସମୟରେ ସେ ସୋସିଆଲ୍ ମିଡିଆରେ ପ୍ରତିଦିନ ଭାଇରସ୍ କୁ ନେଇ ଲୋକଙ୍କୁ ସତର୍କ କରାଉଛନ୍ତି ।