ଥକି ପଡିଲେ ବିଗ ବି

ଥକି ପଡିଲେ ବିଗ ବି

ଥକିଗଲେ ବିଗ ବି । ସୁଟିଂ ସେଟରେ ଗୋଟେ ଡାଇଲଗକୁ ମନେରଖିବା ସେହେନଶାଙ୍କୁ କାଠିକରପାଠ ସାବ୍ୟସ୍ତ ହୋଇଛି । ସୁଟିଂ ଚାଲିଥିବା ମୁଭି ପିଙ୍କ୍ ର ଶେଷ ଦିନରେ ଅମିତାଭ ନିଜ ଡାଇଲଗ ଡେଲିଭେରରିକୁ ନେଇ ବେଶ ଭାଲେଣୀରେ ପଡିଲେ । ମନେରଖିବା ପାଇଁ ବିଗ୍ ବିଙ୍କୁ ବାରମ୍ବାର ଡାଇଲଗକୁ ଘୋଷିବାକୁ ପଡିଥିଲା । ଏବେ ଏହି ଅନୁଭୁତିକୁ ବିଗ୍ ବି ନିଜ ଟୁଇଟର ପେଜରେ ସେୟାର କରିଛନ୍ତି । ଶେଷ ଦିନର ସୁଟିଂ କୌଣସି ଖରାପ ସ୍ୱପ୍ନ ଠାରୁ କମ ନଥିଲା ବୋଲି ବିଗ୍ ବି କହିଛନ୍ତି । ସୁରଜିତ ସରକାରଙ୍କ ନିର୍ଦେଶିତ ପିଙ୍କରେ ଅମିତାଭ ଜଣେ ଓକିଲ ଭୂମିକାରେ ଅଭିନୟ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe