କୋହଲିଙ୍କ ବ୍ୟାଟିଂ ଦେଖି ଖୁସିରେ ଏଭଳି ଲେଖିଲେ ବିଗ ବି ଅମିତାଭ ବଚ୍ଚନ । କୋହଲି ବି ଦେଲେ କିଛି ଖାସ ପ୍ରତିକ୍ରିୟା ।

1,080

କନକ ବ୍ୟୁରୋ : ବିଗ ବି ଅମିତାଭ ବଚ୍ଚନଙ୍କ ଟୁଇଟର ପେଜରେ ଦେଖିବାକୁ ମିଳିଛି ରୋଚକ ଲେଖା । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଉଦ୍ଦେଶ୍ୟରେ ଏହି ଟୁଇଟ କରିଛନ୍ତି ଅମିତାଭ ବଚ୍ଚନ । ତେବେ ବିଗ ବିଙ୍କ ଏହି ଟୁଇଟ ଭାଇରାଲ ହେଉଛି । ଏହାର କାରଣ ହେଉଛି ତାଙ୍କ ଲେଖା ଶୈଳୀ ।

ପ୍ରାୟତଃ ହିନ୍ଦୀ ଓ ଇଂରାଜୀରେ ଟୁଇଟ କରୁଥିବା ଅମିତାଭ ଏଥରକ ମୁମ୍ବାଇବାସିନ୍ଦାଙ୍କ କଥା କୁହା ଶୈଳୀକୁ ଅନୁକରଣ କରିି ଟୁଇଟ କରିଛନ୍ତି । ଶୁକ୍ରବାର ଟି-ଟ୍ୱେଂଟି ସିରିଜର ପ୍ରଥମ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଛି ଭାରତ । ଅଧିନାୟକ ବିରାଟ କୋହଲି ଏବଂ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିପାରିଥିଲା ।

ଯାହାକୁ ନେଇ ଅମିତାଭ ଭିନ୍ନ ଢଙ୍ଗରେ ଲେଖିଥିଲେ । ନିଜର ଫିଲ୍ମ ‘ଅମର ଆକବର ଆନ୍ଥୋନୀ’ର କିଛି ଡାଇଲଗକୁ ମିଶାଇ ସୁନ୍ଦର ଟ୍ୱିଟଟିଏ ଲେଖିଥିଲେ । ଏହାପରେ ବିରାଟ ମଧ୍ୟ ଏହାର ଜବାବରେ ଲେଖିଛନ୍ତି ଯେ ବହୁତ ସୁନ୍ଦର ଡାଇଲଗ ହୋଇଛି, ଆପଣ ସବୁବେଳେ ମୋର ପ୍ରେରଣା ରହିଆସିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.