Advertisment
ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଖୁବ ଶୀଘ୍ର ସୋନି ଟିଭିରେ ପ୍ରସାରିତ ରିୟଲିଟ ଶୋ ‘କୌନ ବନେଗା କରୋଡପତି’ ନେଇ ଛୋଟ ପରଦାକୁ ଫେରୁଛନ୍ତି । ଏହା ‘କୌନ ବନେଗା କରୋଡପତି’ର ୧୦ମ ସିଜିନ ହେବ । ଖବର ଅନୁସାରେ ଏହି ଶୋ’କୁ ହୋଷ୍ଟ କରିବା ପାଇଁ ଅମିତାଭ ନିଜ ଫିସକୁ ବଢାଇ ଦେଇଛନ୍ତି । ଅମିତାଭ ଆଗାମୀ ସିଜିନ ପାଇଁ ପୂର୍ବ ସିଜିନ ଗୁଡିକ ଠାରୁ ଅଧିକ ଫିସ ଡିମାଣ୍ଡ କରିଛନ୍ତି ।publive-imageଅମିତାଭ ‘କେବିସି-୯’ ପାଇଁ ଚ୍ୟାନେଲ ସହିତ ୨୦୦ କୋଟିର ଡିଲ ସାଇନ କରିଥିଲେ । ପୂର୍ବ ସିଜିନରେ ୭୫ଟି ଏପିସୋଡ ଥିବା ବେଳେ ଅମିତାଭ ପ୍ରତ୍ୟେକ ଏପିସୋଡ ପାଇଁ ୨.୬ କୋଟି ଟଙ୍କା ଚାର୍ଜ କରିଥିଲେ ।publive-imageକିନ୍ତୁ ଆଗାମୀ ସିନିଜରେ ସେ ପ୍ରତ୍ୟେକ ଏପିସୋଡ ପାଇଁ ୩ କୋଟି ଚାର୍ଜ କରିବେ ବୋଲି ଶୁଣିବାକୁ ମିଳିଛି । କିନ୍ତୁ ଆଗାମୀ ସିଜିନରେ କେତୋଟି ଏପିସୋଡ ରହିବ ତାହାର ଖୁଲାସା ଏପର୍ୟ୍ୟନ୍ତ ହୋଇନାହିଁ । ଖବର ଅନୁସାରେ ଆଗାମୀ ସିଜିନ ପାଇଁ ଜୁନ ୨୦୧୮ରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଅଗଷ୍ଟ ୨୦୧୮ରେ ଏହା ଟିଭିରେ ପ୍ରସାରିତ ହେବ ।