ଅଯୋଧ୍ୟାରେ ପ୍ଲଟ୍ କିଣିଲେ ବିଗ୍ ବି ଅମିତାଭ ବଚ୍ଚନ । ମୁମ୍ବାଇଠାରୁ ବି ମୂଲ୍ୟବାନ୍ ଏଠିକାର ଜାଗା ।

Advertisment
ଅଯୋଧ୍ୟାରେ ପ୍ଲଟ୍ କିଣିଲେ ବିଗ୍ ବି ଅମିତାଭ ବଚ୍ଚନ । ମୁମ୍ବାଇଠାରୁ ବି ମୂଲ୍ୟବାନ୍ ଏଠିକାର ଜାଗା ।

କନକ ବ୍ୟୁରୋ: ଘର ତୋଳିବାକୁ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଅଯୋଧ୍ୟାର ‘ଦି ସରଯୁ’ରେ ପ୍ଲଟ୍‌ କିଣିଛନ୍ତି । କିଣିଥିବା ପ୍ଲଟ୍‌ ବା ଜାଗାର ଆକାର ଓ ମୂଲ୍ୟ ବିଷୟରେ କୌଣସି ସୂଚନା ଦେବାକୁ ‘ଦି ହାଉସ୍‌ ଅଫ୍‌ ଅଭିନନ୍ଦନ ଲୋଢ଼ା’ ମନା କରିଦେଇଛନ୍ତି। କିନ୍ତୁ, ‘ରିୟଲ୍‌ ଇଷ୍ଟେଟ୍‌’ ଶିଳ୍ପସୂତ୍ରରୁ ଜଣାପଡ଼ିଛି ଯେ, ବଚ୍ଚନ ଯେଉଁ ପ୍ଲଟ୍‌ରେ ଘର ତିଆରି କରିବେ ତାହା ପ୍ରାୟ ୧୦,୦୦୦ ବର୍ଗ ଫୁଟ୍‌ ହେବ। ତା’ର ମୂଲ୍ୟ ୧୪.୫ କୋଟି ଟଙ୍କା।

‘ଦି ସରଯୂ’ ୧୦ ହଜାର ବର୍ଗଫୁଟ ଜମି ଉପରେ ପରିବ୍ୟାପ୍ତ। ଏହି ପ୍ରକଳ୍ପରେ ଅର୍ଥ ବିନିଯୋଗ ବିଷୟରେ ଅମିତାଭ ବଚ୍ଚନ କହିଛନ୍ତି, ଅଯୋଧ୍ୟା ନଗରୀ ପାଇଁ ମୋ ମନରେ ବିଶେଷ ଶ୍ରଦ୍ଧା ରହିଥିବାରୁ ‘ଦି ହାଉସ୍‌ ଅଫ୍‌ ଅଭିନନ୍ଦନ ଲୋଢ଼ା’ଙ୍କ ‘ଦି ସରଯୂ’ ପାଇଁ ମନ ବଳାଇଲି। ଅଯୋଧ୍ୟାର ଚିରସ୍ଥାୟୀ ଆଧ୍ୟାତ୍ମିକତା ଓ ସାଂସ୍କୃତିକ ସମୃଦ୍ଧି ଏଭଳି ଆବେଗିକ ସମ୍ବନ୍ଧ ସୃଷ୍ଟି କରିଛି ଯାହା ଭୌଗୋଳିକ ସୀମାସରହଦ ମାନେନାହିଁ। ଏହା ହେଉଛି ଅଯୋଧ୍ୟାର ଆବେଗ ମଧ୍ୟକୁ ପ୍ରବେଶ କରିବା ଲାଗି ନିଷ୍ଠାପର ଯାତ୍ରାର ଅୟମାରମ୍ଭ। ଅଯୋଧ୍ୟା, ଯେଉଁଠି ପରମ୍ପରା ଓ ଆଧୁନିକତା ଅବାଧରେ ସହାବସ୍ଥାନ କରନ୍ତି। ଏଭଳି ନିବିଡ଼ ଘନିଷ୍ଠତା ମତେ ଖୁବ୍‌ ପ୍ରଭାବିତ କରେ’ ବୋଲି କହିଛନ୍ତି । ଏଭଳି ବୈଶ୍ୱିକ ଆଧ୍ୟାତ୍ମିକ ରାଜଧାନୀରେ ଘର କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ଅମିତାଭ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe