ଚଳଚ୍ଚିତ୍ର ଭଳି ଫେସବୁକରେ ମଧ୍ୟ ରହିଛି ବିଗ୍-ବିଙ୍କ କ୍ରେଜ୍ ! ବିଗ୍ ବିଙ୍କ ପରେ ଏହି ଅଭିନେତା ରହିଛନ୍ତି ଟପ୍-୫ ଲିଷ୍ଟରେ ।

29

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଫେସବୁକରେ ଫଲୋ କରାଯାଉଥିବା ଭାରତୀୟ କଳାକାରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି । ସ୍କୋର ଟ୍ରେଣ୍ଡସ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ଅମିତାଭ ୧୦୦ ଅଙ୍କ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ଅମିତାଭଙ୍କ ପେଜକୁ ୩ କୋଟି ଲୋକ ଫଲୋ କରୁଥିବା ଏହି ସର୍ଭେରୁ ଜଣା ପଡିଛି । ୯୫ ଅଙ୍କ ସହିତ ସଲମାନ ଦ୍ୱିତୀୟ ସ୍ଥାନରେ ଏବଂ ୬୮ ଅଙ୍କ ସହିତ ଶାହାରୁଖ ଖାନ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ୫୨ ଅଙ୍କ ସହିତ ରଣବୀର ସିଂ ଚତୁର୍ଥ ଏବଂ ୪୯ ଅଙ୍କ ସହିତ ଅକ୍ଷୟ କୁମାର ଏହି ତାଲିକାର ପଂଚମ ସ୍ଥାନରେ ରହିଛନ୍ତି ।ସ୍କୋର ଟ୍ରେଣ୍ଡସର ସହ ସଂସ୍ଥାପକ ଅଶ୍ୱିନୀ କୋଲ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟତା ଫେସବୁକରେ ମଧ୍ୟ କାମ କରିଛି । ଏହାପରେ ଅମିତାଭ ଟୁଇଟ କରିଥିଲେ । ଏହି ଟୁଇଟକୁ ତାଙ୍କର ଜଣେ ପ୍ରଶଂସକ ଟୁଇଟ କରି ପୋଷ୍ଟ କରିଥିଲେ ।

ପ୍ରଶଂସକଙ୍କ ଟୁଇଟର ଉତ୍ତର ଦେଇ ଅମିତାଭ କହିଥିଲେ , ‘ହଁ , ବର୍ତ୍ତମାନ ଟ୍ୱିଟର ଦୟାକରି ଆପଣ କୃପା କରିବେ କି ?’ । ସୁଚନା ଅନୁସାରେ ଅମିତାଭଙ୍କର ଟ୍ୱିଟରରେ ୩.୪୪ କୋଟି ଫଲୋଅର୍ସ ଅଛନ୍ତି । ନିକଟରେ ତାଙ୍କ ଫଲୋଅର୍ସ କମୁଥିବା ନେଇ ସେ ଟୁଇଟର ଛାଡିବା ପାଇଁ ଧମକ ଦେଇଥିଲେ ।