ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଫେସବୁକରେ ଫଲୋ କରାଯାଉଥିବା ଭାରତୀୟ କଳାକାରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି । ସ୍କୋର ଟ୍ରେଣ୍ଡସ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ଅମିତାଭ ୧୦୦ ଅଙ୍କ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ଅମିତାଭଙ୍କ ପେଜକୁ ୩ କୋଟି ଲୋକ ଫଲୋ କରୁଥିବା ଏହି ସର୍ଭେରୁ ଜଣା ପଡିଛି । ୯୫ ଅଙ୍କ ସହିତ ସଲମାନ ଦ୍ୱିତୀୟ ସ୍ଥାନରେ ଏବଂ ୬୮ ଅଙ୍କ ସହିତ ଶାହାରୁଖ ଖାନ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ୫୨ ଅଙ୍କ ସହିତ ରଣବୀର ସିଂ ଚତୁର୍ଥ ଏବଂ ୪୯ ଅଙ୍କ ସହିତ ଅକ୍ଷୟ କୁମାର ଏହି ତାଲିକାର ପଂଚମ ସ୍ଥାନରେ ରହିଛନ୍ତି ।
ସ୍କୋର ଟ୍ରେଣ୍ଡସର ସହ ସଂସ୍ଥାପକ ଅଶ୍ୱିନୀ କୋଲ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟତା ଫେସବୁକରେ ମଧ୍ୟ କାମ କରିଛି । ଏହାପରେ ଅମିତାଭ ଟୁଇଟ କରିଥିଲେ । ଏହି ଟୁଇଟକୁ ତାଙ୍କର ଜଣେ ପ୍ରଶଂସକ ଟୁଇଟ କରି ପୋଷ୍ଟ କରିଥିଲେ ।
ପ୍ରଶଂସକଙ୍କ ଟୁଇଟର ଉତ୍ତର ଦେଇ ଅମିତାଭ କହିଥିଲେ , ‘ହଁ , ବର୍ତ୍ତମାନ ଟ୍ୱିଟର ଦୟାକରି ଆପଣ କୃପା କରିବେ କି ?’ । ସୁଚନା ଅନୁସାରେ ଅମିତାଭଙ୍କର ଟ୍ୱିଟରରେ ୩.୪୪ କୋଟି ଫଲୋଅର୍ସ ଅଛନ୍ତି । ନିକଟରେ ତାଙ୍କ ଫଲୋଅର୍ସ କମୁଥିବା ନେଇ ସେ ଟୁଇଟର ଛାଡିବା ପାଇଁ ଧମକ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/jodhpur-before-performed-doctors-amitabh-bachchan-mumbai_6bb7acf2-2740-11e8-933f-cd1ae5bb99b3.jpg)