ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ହାଲୁକା କରୋନା ଲକ୍ଷଣ ଥିବା ସୂଚନା ଦେଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ: ବିଗ୍ ‘ବି’ଙ୍କ ଆଶୁ ଆରୋଗ୍ୟ କାମନା କଲେ କଳାକାରଙ୍କଠୁ ଖେଳାଳି

243

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ହୋଇଥିବା ବଲିଉଡ୍ ବିଗ୍ ବି ଅମିତାଭ ବଚନଙ୍କ ଅବସ୍ଥା ଡାକ୍ତରଖାନାରେ ସ୍ଥିର ରହିଛି । ଏନେଇ ସ୍ପଷ୍ଟ କରିଛନ୍ତି ନାନାବତୀ ହସ୍ପିଟାଲ କର୍ତୃପକ୍ଷ । ଗତକାଲି ଅମିତାଭଙ୍କୁ କରୋନା ସଂକ୍ରମଣ ହୋଇଥିବା ନେଇ ସେ ଟୁଇଟ୍ କରି ଜଣାଇଥିଲେ । ଟେଷ୍ଟ ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତି କରାଯାଇଛି । ଅମିତାଭଙ୍କ ପରି ତାଙ୍କର ପୁଅ ଅଭିଷେକ ବଚ୍ଚନଙ୍କୁ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଅଭିଷେକ ମଧ୍ୟ ଟୁଇଟରେ ଜଣାଇଛନ୍ତି କି ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ଅମିତାଭ ଏବଂ ଅଭିଷେକଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତି କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ।

ଉଭୟଙ୍କ ନିକଟରେ କୋଭିଡର ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି । ଦୁଇ ଜଣଙ୍କ ପାଖରେ ଅଳ୍ପ ଜ୍ୱରର ଲକ୍ଷଣ ପକାଶ ପାଇଥିବା ସୂଚନା ମିଳିଛି । ଦୁଇ ଜଣଯାଙ୍କର ଆଂଟିଜେନ ଟେଷ୍ଟ କରାଯିବା ପରେ କୋଭିଡ୍ ଥିବା ଜଣାପଡ଼ିଥିଲା । ଅମିତାଭ ପ୍ରଥମେ କିଛି ଜ୍ୱର ଅନୁଭବ କରିବା ପରେ ସେ ଟେଷ୍ଟ କରାଇଥିଲେ । ଏଥିରେ ତାଂକର ରିପୋର୍ଟ ପଜିଟିଭ୍ ଆସିଥିଲା । ପରେ ପରିବାରର ଅନ୍ୟ ସଦସ୍ୟଙ୍କର ଟେଷ୍ଟ କରାଯାଇଥିଲା । ଏଥିରୁ ଅଭିଷେକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ଅମିତାଭଙ୍କ ଫ୍ୟାନଙ୍କ ପାଇଁ ଏକ ଖୁସି ଖବର ହେଉଛି ତାଙ୍କ ପରିବାରର ଅନ୍ୟ ତିନି ସଦସ୍ୟ ଜୟା ବଚ୍ଚନ, ଐଶ୍ୱର୍୍ୱଯ୍ୟା ବଚ୍ଚନ ଓ ଆରାଧ୍ୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ଅମିତାଭ ଓ ଅଭିଷେକଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ୍ ରହିଛି ।

ଉଭୟଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି, ତେଣୁ ଦୁହେଁ ଖୁବ୍ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ବଚ୍ଚନ ପରିବାର ସଦସ୍ୟଙ୍କ ନିକଟରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଅମିତାଭଙ୍କ ଘର ଜଲସାକୁ ଆଜି ସାନିଟାଇଜ୍ କରାଯିବ ବୋଲି ଜଣାପଡିଛି । ବିଗ ବିଙ୍କ ପୁରା ପରିବାର ଓ ଷ୍ଟାଫଙ୍କ କରୋନା ଟେଷ୍ଟ ହୋଇଛି । ତେବେ ଘରର ଅନ୍ୟ ସଦସ୍ୟ ଓ ଷ୍ଟାଫଙ୍କ ରିପୋର୍ଟ ଆସିବା ବାକି ରହିଛି । ଖୁବଶୀଘ୍ର ସେମାନଙ୍କ ରିପୋର୍ଟ ବି ଆସିବ ବୋଲି ଜଣାପଡିଛି । ନିକଟରେ ଅଭିଷେକ ବଚ୍ଚନଙ୍କ ଡେବ୍ôୟୁ ୱେବ ସିରିଜ ରିଲିଜ ହୋଇଥିଲା । ଅଭିଷେକ ଏହି ୱେବ ସିରିଜିର ଡବିଂ ପାଇଁ ଷ୍ୁଡିଓ ଯାଉଥିଲେ । ଅମିତଭା ବଚ୍ଚନ ବି ନିକଟରେ ଏକ ଜଳ ସଂରକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ତେବେ ନାନାବତୀ ହସ୍ପିଟାଲରେ ଏବେ ଚିକିତ୍ସିତ ହେଉଛନ୍ତି ବିଗ୍ ବି ଅମିତାଭ ଓ ଅଭିଷେକ । ବିଗ୍ ବି ଡାକ୍ତରଙ୍କ ଉଦେଶ୍ୟରେ ସେଠାରୁ ଏକ ଭାବପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି । କରୋନା ଭଳି ପରିସ୍ଥିତିରେ କିଭଳି ସ୍ୱାସ୍ଥ୍ୟକର୍ମୀମାନେ କାମରେ ଲାଗିଛନ୍ତି, ତାହା କହିଛନ୍ତି ଅମିତାଭ । ଡାକ୍ତର ଭଗବାନଙ୍କ ଅନ୍ୟ ରୂପ ବୋଲି ସେ କହିଛନ୍ତି ।