ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା : ଆଜି ଭବାନୀପାଟଣା ଓ କାଲି ବଲାଙ୍ଗୀରରେ ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା

36

କନକ ବ୍ୟୁରୋ : ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି-ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପ୍ରଥମ ଦିନରେ ଭାବାନୀପାଟଣା ଏବଂ ଦ୍ୱିତୀୟ ଦିନରେ ବଲାଙ୍ଗୀରରେ ଦଳୀୟ ସଂଗଠନ ନେଇ ଆଲୋଚନା କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ୨୦୧୯ରେ ମିଶନ ୧୨୦ ଲକ୍ଷ୍ୟରେ ଆଗଉଥିବା ବିଜେପି, ନୂଆ ରଣକୌଶଳ ସହ ମୈଦାନ ପ୍ରସ୍ତୁତ କରିବାର ମୂଳଦୁଆ ଭବାନୀପାଟଣାରୁ ପଡ଼ିବ ବୋଲି କୁହାଯାଉଛି । ସାଧାରଣ ସଭାକୁ ଉଦବୋଧନ ଦେବା ପୂର୍ବରୁ ଅମିତ ଶାହା ଦଳୀୟ ନେତାଙ୍କୁ ଦେଇଥିବା ଦାୟିତ୍ୱରେ କେତେ ଅଗ୍ରଗତି ହୋଇଛି ସେ-ବାବଦରେ ଆଲୋଚନା କରିବେ ବୋଲି ସୂଚନା ମଳିଛି ।

ସୂଚନାଯୋଗ୍ୟ, ବିଜେପିର ସର୍ବଭାରତୀୟ ସଂଗଠନ ସାଧାରଣ ସଂପାଦକ ରାମଲାଲଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ଦଳୀୟ ସଂଗଠନ ନେଇ ମଙ୍ଗଳବାର ଏକ ବିସ୍ତୃତ ଆଲୋଚନା ହୋଇଥିଲା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସମେତ ୨୧ଟି ସଂସଦୀୟ କ୍ଷେତ୍ରର ସାଙ୍ଗଠାନିକ ଦାୟିତ୍ୱ ନେଉଥିବା ନେତା ସାମିଲ ହୋଇଥିଲେ । ବିଶେଷ କରି ଦଳ ଏବଂ ସଂଘ ଭିତରେ କିଭଳି ସମନ୍ୱୟ ରହିବ ସେନେଇ ଦିନ ତମାମ୍ ହୋଇଥିବା ମାନସ ମନ୍ଥନ । ବଡ କଥା ହେଲ. ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେବାକୁ ଥିବାରୁ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକରେ ସାମିଲ ହୋଇନଥିଲେ । ତେବେ ସେ, ସଂଘ ଏବଂ ରାଜ୍ୟର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।