ବିଜେଡି ସହ ମେଣ୍ଟକୁ ନେଇ ଅମିତ ଶାହଙ୍କ ବଡ ବୟାନ: ‘ମେଣ୍ଟ ନେଇ ଏବେ କିଛି କହିପାରିବେ ନାହିଁ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନେଇନାହାନ୍ତି ନିଷ୍ପତ୍ତି’

242

କନକ ବ୍ୟୁରୋ: ଓଡିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ ସସପେନ୍ସ ଜାରି ରହିଛି । ଏପରି ସମୟରେ ବିଜେପିର ଚାଣକ୍ୟ ଅମିତ ଶାହା ଓଡିଶାରେ ମେଣ୍ଟ ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ କନକ୍ଲେଭ ଏ ସଂପର୍କରେ ମତ ରଖିଛନ୍ତି ଅମିତ ଶାହା । କହିଛନ୍ତି, ମେଣ୍ଟ ସଂପର୍କରେ ସେ କୌଣସି କଥା କହି ପାରିବେ ନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତିି ନେଇ ନାହାନ୍ତି କି ଓଡିଶାରେ ବିଜେପି କେମିତି ଆଗକୁ ବଢିବ ତାହା ମଧ୍ୟ ନିଷ୍ପତ୍ତି ହୋଇନାହିଁ । ତେବେ ପରିଣାମ ଯାହା ବି ହେଉ ବିଜେପି ଉଭୟ ଲୋକସଭା ଓ ବିଧାନସଭାରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଶାହା ।