କନକବ୍ୟୁରୋ:ଏହି ଦୃଶ୍ୟ ହେଉଛି ବୁଧବାରର । ଆନ୍ଧ୍ରପ୍ରଦେଶରେ ଚାଲିଥାଏ ନୂଆ ସରକାର ଗଠନ ସମାରୋହ । ମଂଚ ଉପରରେ ବସିଥାନ୍ତି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ । ଏହି ସମୟରେ ପୂବର୍ତନ ରାଜ୍ୟପାଳ ତଥା ବିଜେପି ନେତ୍ରୀ ତାମିଲସାଇ ପହଁଚିଥିଲେ ଓ ଶାହାଙ୍କୁ ନମସ୍କାର କରିଥିଲେ । ତାମିଲସାଇ ଚାଲିଯାଉଥିବାବେଳ ତାଙ୍କୁ ଡାକିଥିଲେ ଶାହା ଓ କିଛି ସମୟଧରି ତାଗିଦ କରିଥିଲେ । କୌଣସି ନିଦ୍ଧିଷ୍ଟ କାମ ନକରିବାକୁ ତାମିଲସାଇଙ୍କୁ ଯେପରି ଶାହା ତାଗିଦ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଆକଳନ କରାଯାଉଛି ।
ଏହା ଭିତରେ ସବୁଠୁ ଚର୍ଚ୍ଚାରେ ରହିଛି ଆନ୍ନାମଲାଇ ବନାମ ତାମିଲସାଇ ବିବାଦ ।ଗୋଟେ ପଟେ ଅମିତ ଶାହାଙ୍କ ଅସନ୍ତୋଷର ଭିଡିଓ ଓ ଅନ୍ୟପଟେ ତାମିଲସାଇ ଏବଂ ଆନ୍ନାମଲାଇଙ୍କ ବିବାଦର ଖବରକୁ ନେଇ ଚର୍ଚ୍ଚା ଆରମ୍ଭ । ତାମିଲନାଡୁ ପ୍ରଦେଶ ବିଜେପିରେ କିଛି ଭଲ ନାହିଁ ଓ ଏଠାରେ ଅର୍ନ୍ତକନ୍ଦଳ ଆରମ୍ଭ ହୋଇସାରିଥିବା କୁହାଯାଇଛି । କାଳେ ଆଗକୁ ବିବାଦର ନିଅାଁ ପ୍ରଦେଶ ବିଜେପିକୁ ବର୍ବାଦ କରିବ ସେହି ଆଶଙ୍କା ଭିତରେ ନେତୃବୃନ୍ଦ ହସ୍ତକ୍ଷେପ ଆରମ୍ଭ କରିଥିବା ଏହି ଭିଡିଓରୁ ସ୍ପଷ୍ଟ ହୋଇସାରିଛି ।