ଲୌହପୁରୁଷଙ୍କୁ ନେଇ ଅମିତ ଶାହାଙ୍କ କ୍ଷୋଭ: କହିଲେ ‘ ସର୍ଦ୍ଦାର ପଟେଲଙ୍କୁ ଭୁଲିଯିବାକୁ ହୋଇଛି ଅପଚେଷ୍ଟା’

98

କନକ ବ୍ୟୁରୋ: ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତି ଅବସରରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦେଶକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ କରୁଥିବା ଇଂରେଜମାନଙ୍କ ଯୋଜନା ପଣ୍ଡ କରିବା ସହ ‘ଅଖଣ୍ଡ ଭାରତ’ ଗଠନ କରିବାରେ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବହ୍ଲବ ଭାଇ ପଟେଲଙ୍କ ଭୂମିକା ଅବର୍ଣ୍ଣନୀୟ । ଭାରତ ସ୍ୱାଧୀନତା ପାଇବା ପେ ବି ଇଂରେଜ ସରକାର ଦେଶକୁ ଭାଗ ଭାଗ କରିବା ପାଇଁ ଷଡଯନ୍ତ୍ର କରିଥିଲେ । ହେଲେ ଏହାକୁ ସଫଳ ହେବାକୁ ଦେଇନଥିଲେ ସର୍ଦ୍ଦାର ପଟେଲ । ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିଥିବା ପଟେଲଙ୍କୁ କିନ୍ତୁ ମିିଳିନି ଉଚିତ ସମ୍ମାନ । ବରଂ ତାଙ୍କୁ ଭୁଲିଯିବାକୁ କରାଯାଇଛି ଅନେକ ଅପେଚେଷ୍ଟା । ସର୍ଦ୍ଦାର ପଟେଲଙ୍କ ୧୪୬ ତମ ଜନ୍ମ ଦିବସ ଉପଲକ୍ଷେ ଗୁଜୁରାଟରେ ନର୍ମଦା ଜିଲ୍ଲାରେ ପାଳିତ ହେଉଥିବା ରାଷ୍ଟ୍ରୀୟ ଏକତା ଦିବସରେ ଯୋଗଦେଇ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ଅମିତ ଶାହ ।

ଆଜି ଶାହ କେଭଦିଆରେ ଥିବା ସର୍ଦ୍ଦାର ପଟେଲଙ୍କ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ରାଷ୍ଟୀୟ ଏକତା ଦିବସ ଏକ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ । କେଭଦିଆ ଏକ ଜାଗା ନୁହେଁ ବରଂ ଏହା ହେଉଛି ଜାତୀୟ ଏକତା ଏବଂ ଦେଶପ୍ରେମର ଏକ ପବିତ୍ର ସ୍ଥାନ । ସର୍ଦ୍ଦାର ପଟେଲଙ୍କ ଏହି ଉଚ୍ଚ ପ୍ରତିମୂର୍ତି ବିଶ୍ୱକୁ ଏକ ଉଜ୍ଜ୍ୱଳ ଭାରତ ବର୍ଷର ବାର୍ତ୍ତା ଦେଉଛି । ଭାରତ ଅଖଣ୍ଡତାକୁ କେହି ବି କ୍ଷତି ପହଂଚାଇପାରିବେ ନାହିଁ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି ।