୨୦୨୪ ନିର୍ବାଚନ ପାଇଁ ଶାହାଙ୍କ ଫମୂର୍ଲା ୩୫: ମମତାଙ୍କ ଗଢ଼ରୁ ୩୫ ଲୋକସଭା ଆସନ ହାସଲ କରିବା ବୋଲି ବିଜେପି ଦୃଢୋକ୍ତି

103

କନକ ବ୍ୟୁରୋ: ବିଜେପି ମିଶନ ପଶ୍ଚିମବଙ୍ଗ । ଅମିତ ଶାହାଙ୍କ ଷ୍ଟାଟେଜି ସିଟ୍ ପଇଁତିରିଶି । ଲୋକସଭା ନିର୍ବାଚନ ପୂର୍ବରୁ ବଡ ଦାବି କରିଛି ଦଳ । ପଶ୍ଚିମବଙ୍ଗ ଅର୍ଥାତ ମମତା ବାର୍ନାଜୀଙ୍କ ଗଢ଼ରୁ ବିଜେପି ୩୫ ଲୋକସଭା ଆସନରେ ଜିତ ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ୨୦୧୯ ନିର୍ବାଚନରେ ଦଳ ୧୯ଟି ଆସନ ହାସଲ କରିଥିବାବେଳେ ଏଥରକ ୩୫ ଆସନ ପାଇଁ ଟାର୍ଗେଟ କରିଛି । ପଶ୍ଚିମବଙ୍ଗରେ ବଡ ବିଜୟ ପାଇଁ ଦଳ ଲକ୍ଷ୍ୟ ରଖିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ କରି ନିର୍ବାଚନ ସମିତି ଗଠନ କରି କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି । ସେପଟେ ବିଜେପିର ସ୍ଲୋଗାନ ଅବ କି ବାର ମୋଦୀ ସରକାରକୁ କଟାକ୍ଷ କରିଛି ଟିଏମସି । ଦଳ କହିଛି ବିଜେପି ୩୫ ଆସନରେ ଜିତ ହାସଲ କରିବା ସ୍ୱପ୍ନର କଥା । ୩ଟି ଆସନ ପାଇବା ସମ୍ଭାବନା ନାହିଁ । ଅବ କି ବାର ଫିର ସେ ହାର କହି ବିଜେପିକୁ କଟାକ୍ଷ କରିଛି ଟିଏମସି ।