ମମତାଙ୍କ ଗଢ଼ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରଣହୁଙ୍କା । ଶାହା କହିଲେ ଖୁବ ଶିଘ୍ର ଲାଗୁ ହେବ ସିଏଏ

110

 କନକ ବ୍ୟୁରୋ : ଦିଦିଙ୍କ ଗଡ଼ରେ ଶାହାଙ୍କ ଗର୍ଜନ । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ବିଜେପି ଆରମ୍ଭ କରିଛି ପ୍ରଚାର ଅଭିଯାନ । ମହାପରିବର୍ତ୍ତନ ରାଲିରେ ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ୨୦୨୬ରେ ବିଜେପି ସଂଖ୍ୟା ଗରିଷ୍ଠତା ସହ ରାଜ୍ୟରେ କ୍ଷମତା ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶାହ । ୨୦୨୪ ସାଧାରଣ ନିର୍ବାଚନ ଅବସରରେ ଏହାର ମୂଳଦୁଆ ପଡିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏହି ଅବସରରେ ଖୁବଶୀଘ୍ର ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ନେଇ ସୂଚନା ଦେବା ସହ ଏହାକୁ କେହି ରୋକିପାରିବେନି ବୋଲି କହିଛନ୍ତି ଶାହ । ଏହାର ଜବାବ ରଖିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ