ବିଜୟ ମୁକୁଟ ପିନ୍ଧିଲେ ବିଜେପି ଚାଣକ୍ୟ ! ୫ ଲକ୍ଷରୁ ଅଧିକ ଭୋଟରେ ବିରୋଧୀଙ୍କୁ ଚିତ୍ କରି ଗାନ୍ଧିନଗର ଗାଦି ସମ୍ଭାଳିଲେ ଅମିତ ଶାହା ।

339

କନକ ବ୍ୟୁରୋ : ବିଜୟ ମୁକୁଟ ପିନ୍ଧିଲେ ବିଜେପି ଚାଣକ୍ୟ ଅମିତ ଶାହା । ୫ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ବିରୋଧୀଙ୍କୁ ଚିତ୍ କରି ଗାନ୍ଧିନଗର ଆସନରୁ ବିଜୟ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପ୍ରଥମଥର ପାଇଁ ଗାନ୍ଧିନଗର ଆସନରୁ ନିର୍ବାଚନ ଲଢି ଗାଦି ସମ୍ଭାଳିଲେ ଅମିତ ।

ବିଜେପି ଟିକେଟ୍ ଘୋଷଣା ପରେ ଯେଉଁ ଆସନକୁ ନେଇ ଚର୍ଚ୍ଚା ହେଉଥିଲା, ସେହି ଆସନ ଥିଲା ଗୁଜୁରାଟର ଗାନ୍ଧିନଗର ଆସନ । କାରଣ ଏଠାରେ ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଟିକେଟ୍ କାଟି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ମଇଦାନକୁ ଓହ୍ଲାଇଥିଲା ବିଜେପି । ତେବେ ବିଜେପିର ଏଭଳି ନିଷ୍ପତ୍ତିକୁ ଅନେକ ରାଜନୈତିକ ସମୀକ୍ଷକ ନାପସନ୍ଦ କରିଥିଲେ । କିନ୍ତୁ ଶେଷରେ ସବୁ ଚର୍ଚ୍ଚା ଓ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ଗାନ୍ଧିନଗରକୁ ଗେରୁଆ ରଙ୍ଗରେ ରଙ୍ଗୀନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।