ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତକୁ ମିଳିଥିବା ବିଜୟକୁ ନେଇ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ଗୃହମନ୍ତ୍ରୀ ଅମିତ ଶାହା ! କହିଲେ , ଭାରତର ଆଉ ଏକ ଷ୍ଟ୍ରାଇକ୍ ...

ପଶ୍ଚିମବଙ୍ଗ ଉପରେ ଅମିତ ଶାହଙ୍କ ଆଖି । ନିର୍ବାଚନକୁ ୬ମାସ ବାକି, ଏବେଠୁ ପ୍ରସ୍ତୁତି କଲାଣି ବିଜେପିର ଶୀର୍ଷ ନେତୃତ୍ୱ । ମମତାଙ୍କ ଗଡରେ ବାଜିମାତ କରିବାକୁ ଅମିତ ଶାହଙ୍କ ଜୋରଦାର ପ୍ରୟାସ

ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ ପରେ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଟ୍ୱିଟର ଜରିଆରେ ପୁରା ଟିମକୁ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି ଯେ ଭାରତୀୟ ଟିମ୍ ପକ୍ଷରୁ ପାକିସ୍ତାନ ଉପରେ ଆଉ ଏକ ଷ୍ଟ୍ରାଇକ୍ କରାଯାଇଥିଲା ଯାହାର ଫଳାଫଳ ମଧ୍ୟ ସମାନ ରହିଛି ଏବଂ ଭାରତର ଏହି ବିଜୟ ପାଇଁ ସମସ୍ତ ଦେଶବାସୀ ନିଜକୁ ଗର୍ବିତ ମନେକରୁଛନ୍ତି । କେବଳ ଗୃହମନ୍ତ୍ରୀ ଅମିତ ଶାହା ନୁହନ୍ତି, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଟୁଇଟ୍ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମେତ ଓପନର ଯୋଡି ରୋହିତ ଓ ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବଙ୍କ ଦମଦାର୍ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ସଚ୍ଚିନ୍ । ସେହିପରି ବିରେନ୍ଦ୍ର ସେହୱାଗ ଓ ବିରାଟ କୋହଲି ମଧ୍ୟ ବିଜୟ ପାଇଁ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତକାଲିର ହାଇଭୋଲଟେଜ୍ ମ୍ୟାଚ୍ ଉପରେ ରହିଥିଲା ସମସ୍ତଙ୍କ ନଜର । ଭାରତ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ମାଂଚେଷ୍ଟରରେ ବେଶ୍ ଭିଡ ମଧ୍ୟ ଜମିଥିଲା । ଏହାରି ଭିତରେ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ ସତ୍ୱେ ୮୯ ରନରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe