କାଲି କଟକରେ କ’ଣ କହିବେ ଅମିତ ଶାହା ? ଲଢେଇ ପାଇଁ ଦଳୀୟ ନେତାଙ୍କୁ ମନ୍ତ୍ର ଦେଲାବେଳେ ଶାହା ନରମ ହେବେ କି ଗରମ, ତା ଉପରେ ନଜର ।

Advertisment

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଘନଘନ ଓଡ଼ିଶା ଗସ୍ତ ପରେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏଥର ଶାହାଙ୍କ ଫୋକସରେ ରହିଛି ଉପକୂଳ ଓଡ଼ିିଶା । ଅବିଭକ୍ତ କଟକ ଜିଲ୍ଲାର ୪ଟି ସଂସଦୀୟ କ୍ଷେତ୍ରର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର ଦେବେ ଶାହା । ଯେଉଁଥିରେ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୫୦ ପ୍ରାୟ ୫୦ ହଜାର କର୍ମକର୍ତାଙ୍କୁ ସାମିଲ କରାଯିବା ନେଇ ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି । ତେବେ ପ୍ରଶ୍ନ ହେଉଛି, ଓଡ଼ିଶାରେ ମୋଦିଙ୍କ ସ୍ୱର ନରମି ଯାଇଥିବା ବେଳେ କ’ଣ ରହିବ ଅମିତ ଶାହାଙ୍କ ଆଭିମୁଖ୍ୟ ?

publive-imageନବୀନଙ୍କ ପ୍ରତି କ’ଣ ରହିବ ଶାହାଙ୍କ ଆଭିମୁଖ୍ୟ ? ମୋଦିଙ୍କ ଭଳି ନରମି ଯିବ କି ଶାହାଙ୍କ ସ୍ୱର? ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ଏଭଳି ପ୍ରଶ୍ନ ଏଇଥି ପାଇଁ ଉଠୁଛି, କାରଣ ବିଗତ ୩ଟି ଯାକ ଗସ୍ତରେ ମୋଦିଙ୍କ ସ୍ୱର ଆଗ ଅପେକ୍ଷା ନରମି ଯାଇଛି  । ମୋଦିଙ୍କ ମୁହଁରେ ସେ ଆଗ ଭଳି ଟାଣ ନାହିଁ କି’ ୨୦୧୪ ଭଳି ମୋଦି ଲହରର କଥା ଶୁଣିବାକୁ ମିଳୁନି  । ଏଭଳି ସ୍ଥିତିରେ ମୋଦିଙ୍କ ମୁହଁରୁ ନବୀନଙ୍କ ବିରୋଧରେ କେବଳ ହାଲୁକା-ଫୁଲକା ସମାଲୋଚନା ବାହାରୁଛି ।

publive-imageଯେଉଁଠି ବିଜେପିର ସବୁଠୁ ବଡ ଚେହେରା ବିଜେଡି ସରକାରକୁ ସମାଲୋଚନା କରିବାକୁ ଦୁଇ ଥର ଭାବିବାକୁ ପଡୁଛି, ସେଠି ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହା ନବୀନ ସରକାରଙ୍କୁ ସମାଲୋଚନା କରିବେ ନା’ କେବଳ ତୃଣମୂଳ ସ୍ତରର କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ଫେରିଯିବେ, ତାକୁ ନେଇ ପ୍ରଶ୍ନ ଉଠୁଛି ।

ମୋଦିଙ୍କ ନିରବତା ପଛରେ ଯେଉଁ ବାଧ୍ୟବାଧକତା ଥିଲା, ସେହି ପରିସୀମା ଭିତରେ ଅମିତ ଶାହା ବି ବନ୍ଧା । ସେହି ବାଧ୍ୟବାଧକତାଟି ହେଉଛି, ୨୦୧୯ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମେଂଟ ଶକ୍ତିଶାଳୀ ହେବା  । ଆଉ ନବୀନ ଏଥିରୁ ଦୂରେଇ ରହୁଥିବାରୁ ତାଙ୍କୁ ବି ହୁଏତ ଅସନ୍ତୁଷ୍ଟ କରିବାକୁ ଚାହୁଁନି ବିଜେପି । 

publive-imageଗୋଟିଏ ପଟେ ମମତାଙ୍କ ନେତୃତ୍ୱରେ ବିରୋଧୀ ମେଂଟ, ଅନ୍ୟ ପଟେ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସର ଶକ୍ତି ସଂଚୟ । ଏଭଳି ସ୍ଥିତିରେ କ’ଣ କହିବେ ଅମିତ ଶାହା? ନବୀନଙ୍କୁ ଚ୍ୟାଲେଂଜ୍ ଦେବା ସ୍ଥିତିରେ ଅଛନ୍ତି କି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ? ବୁଥସ୍ତରୀୟ କର୍ମକର୍ତାଙ୍କୁ କେଉଁ ଗୁରୁମନ୍ତ୍ର ଦେବେ ଶାହା? ଏପଟେ ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ଆଦୌ ବିଚଳିତ ନଥିବା କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ନେତା  । ରାଜନୀତିର ଏହି ବୟାନବାଜି ଭିତରେ ବିଜେଡି ଓ କଂଗ୍ରେସ ପ୍ରତି ଅମିତ ଶାହା ଯେଉଁ ଭଳି ଆଭିମୁଖ୍ୟ ଗ୍ରହଣ କରନ୍ତୁ ନା କାହିଁକି, କଟକ ସାଲେପୁର କୁଳିଆ ପଡ଼ିଆରେ ହେଉଥିବା ସମାବେଶ, ବିଜେପିର କର୍ମକର୍ତାଙ୍କୁ ଆତ୍ମବିଶ୍ୱାସ ବଢ଼ାଇବା ଦିଗରେ ଶାହା ଉଦ୍ୟମ କରିବେ ବୋଲି ଆଶା ରଖିଛନ୍ତି ରାଜ୍ୟ ବିଜେପି ନେତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe