ଶ୍ରୀଜିଉଙ୍କ ପରେ ପ୍ରଭୁ ଶ୍ରୀଲିଙ୍ଗରାଜ ଦର୍ଶନ...ମହାପ୍ରଭୁ ଶ୍ରୀଲଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କରିବେ ଅମିତ ଶାହା । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

ଶ୍ରୀଜିଉଙ୍କ ପରେ ପ୍ରଭୁ ଶ୍ରୀଲିଙ୍ଗରାଜ ଦର୍ଶନ...ମହାପ୍ରଭୁ ଶ୍ରୀଲଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କରିବେ ଅମିତ ଶାହା । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି

କନକ ବ୍ୟୁରୋ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ପୂର୍ବାହ୍ନରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ । ସେ ପ୍ରାୟ ଅଧ ଘଣ୍ଟା ମନ୍ଦିର ପରିସର ବୁଲିବେ। ଶାହାଙ୍କ ଗସ୍ତ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରମନ୍ତ୍ରୀ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ତରଫରୁ ଖଣ୍ଡୁଆପାଟ (ଉତ୍ତରୀୟ) ପ୍ରଦାନ କରାଯିବ। ଶାହା ପ୍ରଭୁ ଲିଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କରିବେ। ଶାହାଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ କିଛି ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ରହିବେ। ଫେରିବା ବେଳକୁ ଶାହାଙ୍କୁ ମନ୍ଦିର ପ୍ରଶାସନ ତରଫରୁ ଭୋଗ ଦିଆଯିବ।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ଲିଙ୍ଗରାଜ ମନ୍ଦିର ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ ମଜବୁତ କରି ଦିଆଯାଇଛି। ପ୍ରାୟ ୫ ପ୍ଲାଟୁନ ପୁଲିସ ମୁତୟନ ରହିବେ। କଡ଼ା ସୁରକ୍ଷା ମଧ୍ୟରେ ଶାହା ମନ୍ଦିର ଭିତରକୁ ପ୍ରବେଶ କରିବେ। ସେହିଭଳି ଡିସିପିଙ୍କ ସମେତ ୧୫ ରୁ ୨୦ ଜଣ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ରହିବେ। ସିଆରପିଏଫ ଯବାନମାନେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ପୂର୍ବାହ୍ଣରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା । ସେ ରାଜ୍ୟ ଲୋକସେବା ଭବନକୁ ଯାଇ ସେଠାରେ ଥିବା ସମ୍ମେଳନ କକ୍ଷରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହା ପରେ ସନ୍ଧ୍ୟାରେ ସ୍ଥାନୀୟ ଜନତା ମଇଦାନରେ ନାଗରିକତା ସଂଶୋଧନ ଆଇନ (ସିଏଏ) ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ‘ବିଶାଳ ଜନସମାବେଶ’କୁ ସମ୍ବୋଧନ କରିଥିଲେ। ପରେ ସେ ବିଜେପିର ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମୀଙ୍କ ସହିତ ରୁଦ୍ଧ ଦ୍ୱାରା କଠୋରୀରେ ବୈଠକ କରିଥିଲେ। ଏହା ପରେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe