ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଗଞ୍ଜାମର ପୋଲସରା ଏବଂ ବରଗଡରେ କରିବେ ନିର୍ବାଚନୀ ପ୍ରଚାର

Advertisment
ଆଜି ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେବେ । ଶାହଙ୍କ ସହ ଏକାଠି ବସିବେ ନବୀନ-ନୀତିଶ-ମମତା-ସୋରେନ । ବୈଠକ ପରେ ସିଏଏ ସମର୍ଥନ ସଭାରେ ସମ୍ବୋଧନ କରିବେ ଶାହ

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବାବେଳେ ବରଗଡ଼ ଜିଲ୍ଲାରେ ପ୍ରଚାର ସେହି ତୁଳନାରେ ଆଗେଇ ନାହିଁ। ଜିଲ୍ଲାକୁ ଏଯାଏଁ ଷ୍ଟାର୍ ପ୍ରଚାରକଙ୍କ ପାଦ ପଡ଼ିନାହିଁ। ତେବେ ଆଜି ଅମିତ ଶାହ ପ୍ରଥମ ଷ୍ଟାର୍ ପ୍ରଚାରକ ଭାବେ ବରଗଡ଼କୁ ଆସୁଛନ୍ତି। ଶ୍ରୀ ଶାହଙ୍କ ଏହା ପ୍ରଥମ ବରଗଡ଼ ଗସ୍ତ ହୋଇଥିବାରୁ ବିଜେପି ଶିବିରରେ ଉଦ୍ଦୀପନା ସୃଷ୍ଟି ହୋଇଛି। ବିଶେଷକରି ପ୍ରାର୍ଥୀମାନେ ଉତ୍ସାହିତ ଥିବା ବାରି ହେଉଛି।

ବରଗଡ଼ ସହର ମଧ୍ୟରେ ଥିବା ମୋଦୀ ପଡ଼ିଆରେ ଅମିତ ଶାହ ଆଜି ଅପରାହ୍ନ ଗୋଟାଏ ବେଳେ ପହଂଚିବେ ଏବଂ ଲୋକଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ସମୟ କାଟିବେ। ଅଚାନକ ଗସ୍ତ ଚୂଡ଼ାନ୍ତ ହୋଇଥିବାରୁ ଏହାକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ତରବରିଆ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶ୍ରୀ ଶାହଙ୍କ ଗସ୍ତ ସଂପର୍କରେ ବିଜେପି ପକ୍ଷରୁ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦିଆଯାଇଥିଲା। ବିଜେପି ବରଗଡ଼ରେ ପ୍ରସଂଗ ଯୁକ୍ତ ଏବଂ ହିଂସାମୁକ୍ତ ନିର୍ବାଚନ ଲଢ଼ିବ। ରାଜ୍ୟ ସରକାର ପ୍ରସଂଗକୁ ନେଇ ସାମନା ସାମନି ହୁଅନ୍ତୁ, ତର୍କ କରନ୍ତୁ ବୋଲି ବିଜେପି ଆହ୍ବାନ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe