ଆଡଭାନୀଙ୍କ ଗଡରେ ଲଢେଇ ଆଗରୁ ଅମିତ ଶାହାଙ୍କ ଶକ୍ତି ପ୍ରଦର୍ଶନ ! ଆଜି ଗାନ୍ଧିନଗରରେ ନାମାଙ୍କନ କରିବେ ବିଜେପି ଚାଣକ୍ୟ ।

71

କନକ ବ୍ୟୁରୋ : ଆଡଭାନୀଙ୍କ ଗଡରେ ଲଢେଇ ଆଗରୁ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଜି ଗାନ୍ଧିନଗର ଲୋକସଭା ଆସନରେ ନାମାଙ୍କନ କରିବେ ବିଜେପି ଚାଣକ୍ୟ । ଏଥିପାଇଁ ଶାହା ବିଶାଳ ରୋଡ୍ ସୋ କରୁଛନ୍ତି । ଏହି ରୋଡ୍ ସୋ ଅହମ୍ମଦାବାଦରୁ ଗାନ୍ଧିନଗର ପଟିଦାରଚୌକ୍ ୪ କିଲୋମିଟର ଯାଏଁ ରହିବ । ଏହି ଅବସରରେ ଅହମ୍ମଦାବାଦରେ ବିଶାଳ ଜନସଭାକୁ ଶାହା ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ରୋଡ୍ ସୋ ପରେ ମଧ୍ୟାହ୍ନ ୧୨ଟା ୩୯ ମିନିଟରେ ଶାହା ନୋମିନେସନ୍ କରିବା ସମୟ ଧାର୍ଯ୍ୟ ହୋଇଛି ।

ଆଡଭାନୀଙ୍କ ଗଡରେ ଶାହାଙ୍କ ଶକ୍ତି ପ୍ରଦର୍ଶନ ପରେ ଚର୍ଚ୍ଚାକୁ ଆସିଛନ୍ତି ବିଜେପିର ବରିଷ୍ଠ ନେତା ତଥା ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାନୀ । ଏହି ତୁଙ୍ଗ ନେତାଙ୍କ ଟିକଟ କାଟି ଏଥର ଗାନ୍ଧିନଗରରୁ ନିଜେ ନିର୍ବାଚନ ଲଢୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଅଶୀ ଦଶକର ଶେଷ ଭାଗରେ ସମୟ ଥିଲା ଆଡଭାନୀଙ୍କ ନୋମିନେସନ୍ ସମୟରେ ତାଙ୍କ ସହିତ ଥିଲେ ଶାହା । ହେଲେ ଏବେ ସମୟରେ ପରିବର୍ତନ ଆସିଛି । ଆଜି ଶାହା ନୋମିନେସନ୍ ପାଇଁ ଆସୁଥିବା ବେଳେ ତାଙ୍କ ପାଖରେ ଦଳର ଏହି ବରିଷ୍ଠ ମାର୍ଗଦର୍ଶକ ସାଥୀରେ ବି ଆସିନାହାନ୍ତି ।