କନକ ବ୍ୟୁରୋ: ଅସଦ୍ଦୁଦିନ ଓୱେସିଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣ ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଥିଲେ, ହାପୁଡରେ ଓୱେସିଙ୍କ କୌଣସି କାର୍ଯ୍ୟକ୍ରମ ଥିଲା ନା ସେଠାକୁ ଯାଉଥିଲେ ବୋଲି ପ୍ରଶାସନ ପାଖରେ କୌଣସି ଖବର ଥିଲା । ମୁଁ ଓୱେସିଙ୍କୁ ଅନୁରୋଧ କରୁଛି ସେ ସରକାରଙ୍କ ସୁରକ୍ଷାକୁ ଗ୍ରହଣ କରନ୍ତୁ ।
ଫେବୃଆରୀ ୩ ତାରଖରେ ନିର୍ବାଚନ ପ୍ରଚାର ସାରି ସେ ଫେରୁଥିବା ବେଳେ ଓୱେସିଙ୍କ ଉପରକୁ ଗୁଳିମାଡ ହୋଇଥିଲା । ହେଲେ ଗୁଳି ତାଙ୍କ ଉପରେ ନବାଜି ତାଙ୍କ ଗାଡିରେ ବାଜିଥିଲା । ଏହାପରେ କେନ୍ଦ୍ର ସରକାର ଓୱେସିଙ୍କୁ ସିଆରପିଏଫ କମାଣ୍ଡୋ ଦ୍ୱାରା ଜେଡ ପ୍ଲସ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ତାହାକୁ ସଂସଦରେ ଗ୍ରହଣ କରି ନଥିଲେ ଓୱେସି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/33-5.jpg)