କନକ ବ୍ୟୁରୋ : ତେଲେଙ୍ଗାନାର ହାଇଦ୍ରାବାଦ ଠାରେ ଆଜି ଗୃହମନ୍ତ୍ରୀଙ୍କ ଅମିତ୍ ଶାହାଙ୍କୁ ସୁରକ୍ଷାରେ ତୃଟି ଦେଖିବାକୁ ମିଳିଛି । ଗୃହମନ୍ତ୍ରୀଙ୍କ ରାଲି ଚାଲିଥିବା ବେଳେ ତାଙ୍କ ଗାଡି ଆଗରେ ତେଲେଙ୍ଗାନା ଟିଆରଏସର ଜେଣେ ନେତା କାର ରଖିଦେବାରୁ ଏହାକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀଙ୍କ ତରଫରୁ ଟିଆରଏସ ନେତା ଶ୍ରୀନିବାସ ଯାଦବଙ୍କ କାରକୁ ଜୋର ଜବରଦସ୍ତ ହଟାଇ ଦିଆଯାଇଛି । ଏନେଇ ଶ୍ରୀନିବାସ କହିଛନ୍ତି କି ସେ ଟେନସନରେ ଥିବାରୁ ଜାଣି ନପାରି ଗୃହମନ୍ତ୍ରୀଙ୍କ ଗାଡି ଆଗରେ ଗାଡି ରଖି ଦେଇଥିଲେ । ହେଲେ ପୋଲିସକର୍ମୀମାନେ ଶ୍ରୀନିବାସଙ୍କୁ ହେପାଜତକୁ ନେଇଛନ୍ତି ।

Advertisment

ସେପଟେ ଉତ୍ୟକ୍ତ ଲୋକ ଶ୍ରୀନିବାସଙ୍କ କାରକୁ ଭଙ୍ଗାରୁଜା କରିଛନ୍ତି । ଏହାକୁ ନେଇ ଶ୍ରୀନିବାସ କହିଛନ୍ତି ଯେ ସେ ପୋଲିସରେ ଅଭିଯୋଗ କରିବେ । ସୂଚନା ଥାଉକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବେ ହାଇଦ୍ରାବାଦ ଗସ୍ତରେ ଅଛନ୍ତି । ଆଜି ହାଇଦ୍ରାବାଦର ମୁକ୍ତି ଦିବସ ଉପଲକ୍ଷେ ଏକ ଜନସଭାକୁ ଉଦବୋଧନ ଦେଇଛନ୍ତି । ସେ କହିଥିଲେ କି ଯଦି ସର୍ଦ୍ଦାର ପଟେଲ ନଥାନ୍ତେ ତେବେ ହାଇଦ୍ରାବାଦକୁ ମୁକ୍ତ କରିବା ଏତେ ସହଜ ହୋଇ ନଥାନ୍ତି । ସେ ଆହୁରି କହିଛନ୍ତି କି ଯଦି ସର୍ଦ୍ଦାର ପଟେଲ ଜାଣିଥିଲେ କି ଯେ ପର୍ଯ୍ୟନ୍ତ ନିଜାମକୁ ପରାଜିତ ନକରାଯିବ ସେ ପର୍ଯ୍ୟନ୍ତ ଅଖଣ୍ଡ ଭାରତର ସ୍ୱପ୍ନ ପୁରଣ ହୋଇପାରିବ ନାହିଁ ।