ମଣିପୁର ହିଂସାକୁ ନେଇ ଗୃହମନ୍ତ୍ରାଳୟ ଡକାଇଲା ବୈଠକ, ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସହ ଆଲୋଚନା କରି ସ୍ଥିତି ପରଖିଲେ ଗୃହମନ୍ତ୍ରୀ
କନକ ବ୍ୟୁରୋ : ମଣିପୁରର କିଛି ଘଂଟାର ହିଂସା ଯେ ଏତେ ଭୟଙ୍କର ରୂପ ନେବ ସେକଥା ହୁଏତ କେହି ଅନୁମାନ କରିନଥିବେ । ସ୍ଥିତି ଏମିତି ହୋଇଛି କି ରାଜ୍ୟରୁ ଆରମ୍ଭ ହେଲାଣି ପଳାୟନ । ଛୁଆପିଲାଙ୍କୁ ସାଥୀରେ ଧରି ଭୟ ଓ ବିକଳରେ ଘର ଛାଡୁଛନ୍ତି ମଣିପୁର ହିଂସାଗସ୍ତ ଜିଲ୍ଲାର ଶହ ଶହ ଲୋକେ ।ସେପଟେ ସ୍ଥିତିକୁ ସମ୍ଭାଳିବା ପାଇଁ ଇମ୍ପାଲରେ ପହଁଚିଛନ୍ତି କେନ୍ଦ୍ରୀୟ ସୁରକ୍ଷାବଳ । ତନ୍ନ ତନ୍ନ କରି ସହର ସାରା ବୁଲି ସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି ସୁରକ୍ଷାକର୍ମୀ । ପୂରା ରାଜ୍ୟକୁ ଆରଏଏଫ, ସିଆରପିଏଫ, ବିଏସଏଫ ଜଗି ରହିଛନ୍ତି । ସେପଟେ ସ୍ଥିତି ଉପରେ ପୂରା ନଜର ରଖିଛି ଗୃହମନ୍ତ୍ରାଳୟ, ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନଙ୍କ ସହ ଫୋନରେ ଆଲୋଚନା କରି ସ୍ଥିତି ବିଷୟରେ ପଚାରିବୁଝିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏଭଳି ସ୍ଥିତିରେ ଅମିତ ଶାହା ନିଜର କର୍ଣ୍ଣାଟକଗସ୍ତକୁ ରଦ୍ଧ କରିଥିବା ଜଣାପଡିଛି । ସେପଟେ ମଣିପୁର ସୀମାବର୍ତ ରାଜ୍ୟ ଆସାମ, ତ୍ରିପୁରା ଓ ଅରୁଣାଚଳପ୍ରଦେଶରେ ଆଲର୍ଟ ଜାରି କରାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ମଣିପୁର ହିଂସା ପଛରେ କାରଣ ହେଉଛି ସଂରକ୍ଷଣ ଦାବି । ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଏମ.ବି ମୁରଲୀଧରନ ନିକଟରେ ଏକ ଆଦେଶ ଦେଇଥିଲେ । ମୈତି ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ଦାବି ଉପରେ ସରକାରଙ୍କୁ ବିଚାର କରିବାକୁ କହିଥିଲେ କୋର୍ଟ । କୋର୍ଟଙ୍କ ଏହି ଫଇସଲା ବିରୋଧରେ ଅଲଇଣ୍ଡିଆ ଷ୍ଟୁଡେଂଟ ୟୁନିୟନ ଅଫ ମଣିପୁର ମଙ୍ଗଳବାର ଆଦିବାସୀ ଏକତା ରାଲି ବାହାର କରିଥିଲା । ଏହି ସମୟରେ ଆଦିବାସୀ ଓ ମୈତି ସମ୍ପ୍ରଦାୟ ମଧ୍ୟରେମୁହାଁମୁହିଁ ଓ ପରେ ବଡ ସଂଘର୍ଷର ରୂପ ନେଇଥିଲା ।
ସ୍ଥିତିକୁ ଦେଖି ସାରା ଜ୍ୟରେ ୫ଦିନ ପାଇଁ ଇଂଟରନେଟ ଓ ମୋବାଇଲ ସେବା ବନ୍ଦ କରାଯାଇଛି । ଏବେ ସୁଦ୍ଧା ୧୧ହଜାର ଲୋକଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଇମ୍ପାଲ,କାକଚିଂଗ, ଥୋବାଲ, ଜୋରିବାମ, ବିଷ୍ଣୁପୁର, ଚୁରାଚାନ୍ଦପୁର, କାଙ୍ଗପୋଂଗତୀ, ତେଂଗପେନାପାଲ ସବୁଠୁ ଅଧିକ ହିଂସାଗସ୍ତ ହୋଇଛି ।