କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଅମିତ୍ ଭୁବନେଶ୍ୱରରେ ହେଉଥିବା ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗ ଦେବେ । ଶାହାଙ୍କ ଅଧ୍ୟକ୍ଷତାରେ ରାଜଧାନୀର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ବୈଠକ ବସିବ ।

Advertisment

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଅର୍ଥମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ନକ୍ସଲବାଦ, କୋଇଲା ରୟାଲଟି, ବିଭିନ୍ନ ରେଳ ପ୍ରକଳ୍ପ, ଟେଲିକମ ଓ ଇଂଟରନେଟ୍ କନେକଟିଭିଟି, ଆଧାର ଡାଟାର ବ୍ୟବହାର ଓ କେନ୍ଦ୍ରୀୟ ଅନୁଦାନ ଆଦି ପ୍ରସଙ୍ଗରେ ଆଲୋଚନା ହେବ । ଦୀର୍ଘ ୨୯ ବର୍ଷ ପରେ ଓଡିଶାରେ ପୂର୍ବାଂଚଳ ଜୋନାଲ କାଉନସିଲ ବୈଠକ ବସୁଛି ।

ସେହିଭଳି ଅପରାହ୍ନ ୨ଟାରେ ଅମିତ ସାଧାରଣ ସଭାରେ ଯୋଗ ଦେବାକୁ ଥିବା ବେଳେ ସନ୍ଧ୍ୟାରେ ଦଳୀୟ ନେତାଙ୍କୁ ଭେଟିବେ । ଏହାସହ ପୁରୀ ମେ ଫେୟାରରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି ।