ଅମିତ ଶାହାଙ୍କ ପ୍ରଶ୍ନ ? କେଜ୍ରିୱାଲଙ୍କୁ ଜାମିନ, ବିଶେଷ ଅନୁକମ୍ପା କି? ଦୁଇଟି ଆସନରୁ ଲଢ଼ୁଥିବା ନେଇ ରାହୁଲଙ୍କୁ କଟାକ୍ଷ

88

କନକ ବ୍ୟୁରୋ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଜାମିନ୍ ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସାକ୍ଷାତକାରରେ କେଜ୍ରିୱାଲଙ୍କୁ ବିଶେଷ ଅନୁକମ୍ପା ଅନୁଯାୟୀ ଜାମିନ ପ୍ରଦାନ କରାଯାଇଥିବା ଶାହା ଅଭିଯୋଗ କରିଛନ୍ତି । ଅନ୍ୟପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୨ଟି ଆସନରୁ ଲଢିବା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏଥି ସହିତ ଲୋକସଭା ନିର୍ବାଚନରେ ଦକ୍ଷିଣ ଭାରତରେ ରେକର୍ଡ ସ୍ତରର ପ୍ରଦର୍ଶନ କରିବା ସହ ଏନଡିଏ ମେଂଟ୍ ସହଜରେ ୪୦୦ସିଟ୍ ପାର କରିବ ବୋଲି ଶାହ ଦୃଢୋକ୍ତି ଦେଖାଇଛନ୍ତି ।